ଲୋକସଭା ପରେ ବିଧାନସଭା ନିର୍ବାଚନ ପାଇଁ ଶାହାଙ୍କ ପ୍ରସ୍ତୁତି

Spread the love

ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହା ଦଳର ପ୍ରଭାରୀମାନଙ୍କ ସହ ବୈଠକ କରୁଛନ୍ତି । ବୈଠକରେ ବସୁନ୍ଧରା ରାଜେ, ଉମା ଭାରତୀ, ଦୀଲିପ ଘୋଷ, ବିନୟ ସହଶ୍ରବୁଧେ, ଜେପି ନଡ୍ଡା ଏବଂ ଭୁପେନ୍ଦ୍ର ଯାଦବ ସାମିଲ ଅଛନ୍ତି । ବୈଠକରେ ଦଳର ଆଗାମୀ ରଣନୀତି ବାବଦରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।ଏହା ପୂର୍ବରୁ ଗତ ୯ତାରିଖରେ ଅମିତ ଶାହା ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ବରିଷ୍ଟ ନେତାଙ୍କ ସହ ବୈଠକ କରିଥିଲେ । ଏହି ରାଜ୍ୟମାନଙ୍କରେ ଏକ ବର୍ଷ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।ନୂତନ ସରକାରରେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶାହା ଲଗାତାର ଭାବେ ବୈଠକ ଡାକୁଛନ୍ତି । ଇଦ୍ ଦିନ ମଧ୍ୟ ସେ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏହା ବ୍ୟତୀତ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବାବଦରେ ପଚାରି ବୁଝିଥିଲେ । ଯେଉଁଥିରେ ଆତଙ୍କବାଦ ଏବଂ ନକ୍ସଲ ସମସ୍ୟା ଉପରେ ଚର୍ଚ୍ଚା ହୋଇଥିଲା ।ସୂଚନାଯୋଗ୍ୟ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ଶାହା ସ୍ଥାନ ପାଇବା ପରେ ସେ ଦଳୀୟ ସବାପତି ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏଯାଏଁ ଦଳ ତରଫରୁ କୌଣସୀ ସୂଚନା ଦିଆଯାଇ ନାହିଁ । ତେବେ ଦଳ ତାଙ୍କୁ ସଂଗଠନର ନିର୍ବାଚନ ଯାଏଁ ଦାୟିତ୍ୱ ନେବାକୁ କହିଛି ।

Tags:

Leave a Reply

Your email address will not be published. Required fields are marked *