ମନ୍ଦିରରୁ ଆଣିଥିବା ଫୁଲକୁ ବ୍ୟବହାର କରିବେ କିପରି

Spread the love

ଯେତେବେଳେ କୌଣସି ବ୍ୟକ୍ତି ମନ୍ଦିର ଯାଆନ୍ତି ସେମାନଙ୍କୁ ପୂଜାରୀ ଭଗବାନଙ୍କୁ ଚଢାଇଥିବା ଫୁଲ ପ୍ରସାଦ ରୂପେ ଦେଇ ଥାଆନ୍ତି। ତାହାକୁ ଆଶୀର୍ବାଦ ଭାବି ସମସ୍ତେ ଘରକୁ ନେଇ ଆସି ଥାଆନ୍ତି। କିନ୍ତୁ କିଛି ଦିନ ରହିବା ପରେ ଫୁଲ ଶୁଖି ଯାଇଥାଏ। ତାପରେ ସମସ୍ତେ ଭାବନ୍ତି ଯେ, ସେହି ଫୁଲକୁ କ’ଣ କରିବା ଉଚିତ। ବେଳେବେଳେ ଅନେକ ଅଶୁଭ ଭାବି ଫୁଲକୁ ଫୋପାଡି ନ ଥାଆନ୍ତି। ଶାସ୍ତ୍ରରେ ଏହାର ସମାଧାନ ସମ୍ବନ୍ଧରେ କିଛି ତଥ୍ୟ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଜାଣିବା ଭଗବାନଙ୍କ ନିକଟରୁ ଆଣି ଥିବା ଫୁଲ ଶୁଖିଗଲେ ତାକୁ କ’ଣ କରିବା ଉଚିତ୍।

ପ୍ରଥମତଃ ମନ୍ଦିରରୁ ଭଗବାନଙ୍କ ନିକଟରୁ ଆଣି ଥିବା ଫୁଲକୁ ଆଲମାରୀରେ ରଖିବା ଉଚିତ। ଯଦି ପ୍ରସାଦ ସହ ଫୁଲ ମିଳିଥିବ, ତେବେ ତାକୁ ଗହଣା ଓ ଟଙ୍କା ରଖିଥିବା ବାକ୍ସରେ ଏକ ଛୋଟ ପାତ୍ରରେ ରଖି ଦିଅନ୍ତୁ। କାରଣ ଏହା ଶୁଖିଗଲେ ଚାରି ଆଡେ ପଡିବ ନାହିଁ। ଫୁଲକୁ ଲାଲ କପଡା କିମ୍ବା କାଗଜରେ ଗୁଡାଇ ମଧ୍ୟ ରଖିପାରିବେ।

କୌଣସି ଯାତ୍ରା କରୁଥିବା ବେଳେ ମନ୍ଦିରକୁ ଗଲେ ସେଠାରୁ ଫୁଲ ଆଣିଲେ ତାକୁ ସମ୍ଭାଳି ରଖିବା ଅତ୍ୟନ୍ତ କଷ୍ଟକର। ତେଣୁ ସେହି ଫୁଲକୁ ହାତରେ ରଖି କିଛି ସମୟ ପରେ କୌଣସି ବୃକ୍ଷ ମୂଳରେ ରଖି ଦିଅନ୍ତୁ। ଏହାସହ ଫୁଲକୁ କୌଣସି ନଦୀ କିମ୍ବା ପୋଖରୀରେ ବିସର୍ଜିତ କରିଦିଅନ୍ତୁ। ଏପରି କରିବା ଦ୍ବାରା କୌଣସି ଅଶୁଭ ହୋଇ ନ ଥାଏ।

Tags: