ଜଙ୍ଗଲ ଭିତରେ ବନ୍ଧୁକ କାରଖାନା

Spread the love

କନ୍ଧମାଳ ଜିଲ୍ଲା ପୋଲିସ ଜଙ୍ଗଲ ଭିତରେ ଚାଲିଥିବା ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି । ଏପରିକି ସେଠାରୁ ୨ଟି ବନ୍ଧୁକ ଜବତ କରିବା ସହିତ ଜଣକୁ ଗିରଫ ମଧ୍ୟ କରିଛି । ଏହି ଅଞ୍ଚଳଟି ନକ୍ସଲ ପ୍ରବଣ ହୋଇଥିବାରୁ ଏଠାରେ ବହୁ ଦିନ ଧରି ଏହି ଦେଶୀ ବନ୍ଧୁକ କାରଖାନା ଚାଲିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦଣ୍ଡିମା ଗାଁ ପାଖ ଜଙ୍ଗଲରେ ଗୋଟିଏ ଘର ଭିତରେ ଅନେକ ଦିନରୁ ଦେଶୀ ବନ୍ଧୁକ କାରଖାନା ଚାଲୁଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ୍ ଉକ୍ତ ଦେଶୀ ବନ୍ଧୁକ କାରଖାନା ଉପରେ ଚଢ଼ଉ କରି ଦୁଇଟି ଦେଶୀ ବନ୍ଧୁକ ସମେତ ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ।  ଅଭିଯୁକ୍ତ କୁନା ପ୍ରଧାନକୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ତେବେ ଖୁବ୍ ଶୀଘ୍ର ଫେରାର୍ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବ ପୋଲିସ୍ ।

 
Tags: