latest

ରାଜ୍ୟସଭାରୁ ଶେଷ ହେଲା ମନମୋହନ ସିଂଙ୍କ କାର୍ଯ୍ୟକାଳ

Spread the News

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ଗତ କାଲି ଅର୍ଥାତ ଶୁକ୍ରବାରଦିନ ଶେଷ ହୋଇଯାଇଛି । ଗତ 28 ବର୍ଷ ହେଲା ଅର୍ଥାତ୍‌ 1991 ରୁ ସେ ଆସାମରୁ ରାଜ୍ୟସଭାକୁ ଯାଉଥିଲେ । କିନ୍ତୁ ଏଥର ଆସମ ବିଧାନସଭାରେ କଂଗ୍ରେସର ଆବଶ୍ୟକ ସଦସ୍ୟ ନଥିବାରୁ ତାଙ୍କୁ ଏଠାରୁ ମନୋନୀତ କରିବା ସମ୍ଭବ ହେବ ନାହିଁ । 126 ଆସନ ବିଶିଷ୍ଟ ଆସାମ ବିଧାନସଭାରେ କଂଗ୍ରେସର ମାତ୍ର 25 ଜଣ ସଦସ୍ୟ ଅଛନ୍ତି । କିନ୍ତୁ ରାଜ୍ୟସଭାକୁ ପଠେଇବାକୁ 43ଟି ସଦସ୍ୟ ଅବଶ୍ୟକ ହେଉଥିବାରୁ ଏଥର ମନମୋହନଙ୍କୁ ପଠାଇବା ସମ୍ଭବ ହେଉନାହିଁ ।

ସେଥିପାଇଁ ତାଙ୍କୁ ଅନ୍ୟ କୌଣସି ରାଜ୍ୟରୁ ପଠାଇବାକୁ କଂଗ୍ରେସ ଯୋଜନା କରୁଛି । କିନ୍ତୁ ଅନ୍ୟରାଜ୍ୟରେ ମଧ୍ୟ ତାଙ୍କୁ ବର୍ତ୍ତମାନ ପାଇଁ ପଠେଇବା ସହଜ ନୁହେଁ । କାରଣ ଏବେ ରାଜ୍ୟସଭାରେ ମୋଟ 9ଟି ଆସନ ଖାଲି ରହିଛି । ସେଥିମଧ୍ୟରୁ ଓଡ଼ିଶାରେ 4ଟି, ବିହାର ଓ ଗୁଜୁରାଟରେ 2ଟି ଲେଖାଏଁ ଓ ତାମିଲନାଡୁରେ ଗୋଟିଏ ସିଟ ଖାଲିଅଛି । କେବଳ ଗୁଜୁରାଟକୁ ଛାଡି ଏସବୁ ରାଜ୍ୟରେ କଂଗ୍ରେସର ଆବଶ୍ୟକ ସଂଖ୍ୟା ନାହିଁ । କେବଳ ଗୁଜୁରାଟରେ କଂଗ୍ରେସ ଜଣଙ୍କୁ ରାଜ୍ୟସଭା ପଠାଇ ପାରିବ । ଏଣୁ ତାଙ୍କୁ ଗୁଜୁରାଟରୁ ପଠାଯାଇପାରେ ।

Tags: