ଶ୍ରୀମନ୍ଦିରରେ ଦଇତାପତିଙ୍କ ପ୍ରବେଶ ନୀତି

Spread the News

ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ଘୋଷ ଯାତ୍ରାର ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅର୍ଥାତ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ସେବାୟତ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି କରିବେ । ଚମ୍ପକ ଦ୍ୱାଦଶୀ ପରଦିନ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଠାରୁ ଶ୍ରୀମନ୍ଦିରରେ ଦଇତାପତିମାନେ ପ୍ରବେଶ କରିଥାଆନ୍ତି । ଆସନ୍ତାକାଲି ସେନାପଟା ବନ୍ଧା ଯିବ । ସେଥିପାଇଁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

 ଦୀର୍ଘ ଏକ ମାସରେ ଏହି ସେବା ଭିତରେ ସ୍ନାନଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଦଇତାପତିଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେବା ହେଲା ଗୁପ୍ତ ସେବା । ସ୍ନାନଯାତ୍ରା ପରେ ଅଣସର ଘରେ ଜ୍ୱରରେ ମହାପ୍ରଭୁ ପିଡିତ ଥିବାବେଳେ ଦଇତାପତି ଏହି ଗୁପ୍ତ ସେବା କରିଥାଆନ୍ତି । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ପ୍ରାପ୍ତି ହୋଇ ରଥଯାତ୍ରାରେ ଭକ୍ତଙ୍କୁ ବଡଦାଣ୍ଡରେ ଦର୍ଶନ ଦିଅନ୍ତି । ଆଜି ସକାଳୁ ଦଇତାପତି ମାନେ ପାରମ୍ପରିକ ବେଶରେ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ, ପ୍ରଥମେ ମହାପ୍ରଭୁଙ୍କୁ ସେନାପଟା ଲାଗି କରାଯିବା ସହ ସ୍ନାନ ପୂର୍ଣ୍ଣମୀ ଦିନ ପହଣ୍ଡି ବିଜେ ଅନୁଷ୍ଠିତ ହେବ । 

ଦିନ ୨ଟା ପରେ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ହେବ । ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Tags: