ନିଗମ ଅଫିସରଙ୍କୁ କ୍ରିକେଟ ବ୍ୟାଟରେ ପିଟିଲେ ବିଜେପି ବିଧାୟକ ଆକାଶ

Spread the love

ବାହୁବଳୀ ବିଜେପି ବିଧାୟକଙ୍କ ଦାଦାଗିରି । ଘଟଣା ଘଟିଛି ପ୍ରଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶରେ ଇନ୍ଦୋର ସହରରେ  ଚିହ୍ନଟ କରାଯାଇଥିବା 26 ଅତି ଦୁର୍ବଳ କୋଠାଗୁଡିକୁ ସ୍ଥାନୀୟ ନଗରନିଗମ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ।
 ଏଥିପାଇଁ ନଗରନିଗମ ଅଧିକାରୀ ସେଠାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେଉଥିଲେ । ଏହି ସମୟରେ ଇନ୍ଦୋର 3ନମ୍ବରର ବିଜେପି ବିଧାୟକ ସେଠାରେ ପହଞ୍ଚି ଅଫିସରଙ୍କୁ ସେଠାରୁ ଚାଲିଯିବା ପାଇଁ କହିଥିଲେ । ନେହେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ ।

ବିଧାୟକ ଆକାଶ ବିଜୟବର୍ଗ ସେମାନଙ୍କୁ ଚେତାବନୀ  ଦେଇ କହିଥିଲେ ଯେ 10 ମିନିଟ ଭିତରେ ଏଠାରୁ ଚାଲିଯାଅ। ଏହାକୁ ନେଇ ବିଧାୟକ ଓ ଅଫିସରମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ବିଧାୟକ ଆକାଶ ରାଗିଯାଇ ଅଫିସରଙ୍କୁ କ୍ରିକେଟ ବ୍ୟାଟରେ ପିଟିବାକୁ ଲାଗିଲେ । ପ୍ରକାଶ ଯେ ବିଧାୟକ ଆକାଶ ବିଜେପିର ମହାସଚିବ କୈଳାସ ବିଜୟବର୍ଗଙ୍କ ପୁଅ ଅଟନ୍ତି।

Tags: