ଚିକେନ ବିଷୟରେ ଜାଣନ୍ତୁ କିଛି ତଥ୍ୟ

Spread the News

ସାଧାରଣତଃ ଆମମାନଙ୍କ ମଧ୍ୟରୁ ପ୍ରାୟ ବହୁତ ଲୋକେ ଚିକେନ୍ ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି। ଚିକେନ ନାଁ ଶୁଣିବା ମାତ୍ରେ ଲୋକଙ୍କ ପାଟିରୁ ଲାଳ ବୋହିଥାଏ। ତେବେ ଚିକେନ ପ୍ରେମୀମାନେ ଜାଣି ରଖନ୍ତୁ ଚିକେନ ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା:

-ଚିକେନରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ବି-5 ରହିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଖାଇବା ଦ୍ୱାରା ଆମେ ମାନସିକ ଅବସାଦରୁ ଦୂରରେ ରହିବା ସହିତ ଖୁସି ରହିଥାଉ।

-ଚିକେନରେ ପ୍ରୋଟିନ୍ ମଧ୍ୟ ଭରପୂର ମାତ୍ରାରେ ରହିଥାଏ। ଏହା ଆମ ଶରୀରର ବିକାଶ ଓ ବୃଦ୍ଧିରେ ସାହାଯ୍ୟ କରିଥାଏ।

-ଏଥିରେ ଥିବା ଫସଫରସ୍ ଆମ ଦାନ୍ତ ଏବଂ ହାଡ଼ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

-ପ୍ରାୟ ଅଧିକାଂଶ ଲୋକ ଚିକେନ ସୁପ୍ ପିଇ ଥାଆନ୍ତି। ଚିକେନ ସୁପ୍ ପିଇବା ଦ୍ୱାରା ସତେଜ ଲାଗିଥାଏ। କେତେକ ଲୋକ ବଜାରରୁ ଚିକେନ ସୁପ୍ ଆଣି ପିଇଥାଆନ୍ତି। କିନ୍ତୁ ଘରେ ଚିକେନ ସୁପ୍ କରି ପିଇବା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ।

-ସାଧାରଣ ଖାଦ୍ୟରେ ଜିଙ୍କର ମାତ୍ରା କମ୍ ଥାଏ। କିନ୍ତୁ ଚିକେନରେ ଜିଙ୍କର ମାତ୍ରା ଅଧିକ ଥାଏ।

-ଯଦି ଆପଣଙ୍କ ଆଣ୍ଠୁରେ ଯନ୍ତ୍ରଣା ଅନୁଭୂତ ହେଉଛି ତେବେ ଆପଣଙ୍କୁ ଚିକେନ୍ ଖାଇବା ଜରୁରୀ। ଏଥିରେ ସେଲେନିୟମ୍ ରହିଥାଏ।

-ଚିକେନରେ ଅଧିକ ମାତ୍ରାରେ କ୍ୟାଲସିୟମ୍ ରହିଥାଏ ଯାହା ଦ୍ୱାରା ଆମ ହାଡ଼ ମଜବୁତ ହୋଇଥାଏ। ଏହା ଉଚ୍ଚତା ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ।

Tags: