latest

ଶୁଭ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାଆନ୍ତି ଏହିସବୁ ସଂକେତ

Spread the love

ମଣିଷ ଜୀବନରେ ଉଭୟ ଭଲ ଓ ଖରାପ ସମୟ ଦେଖା ଦେଇଥାଏ। ହେଲେ ମଣିଷ ସର୍ବଦା ସୁଖ ବା ଶୁଭ ସମୟ ପାଇଁ ଆଶାୟୀ ରହିଥାଏ। ଯାହାକି ଅସମ୍ଭବ। ସେ ଯେତେ ଚେଷ୍ଟା କଲେ ମଧ୍ୟ ଭଲ ସମୟ ସବୁବେଳେ ଆସିନଥାଏ। ହେଲେ ଆପଣ ଜାଣନ୍ତି କି, ଯେତେବେଳେ ଶୁଭ ସମୟ ଆସିଥାଏ ସେତେବେଳେ ଭଗବାନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଆନ୍ତି। ଯାହାକୁ କି ଆମେ ଜାଣିପାରି ନଥାନ୍ତି। ତେବେ ଚାଲନ୍ତୁ ଜାଣିବା ଶୁଭ ସମୟ ଆସିବା ପୂର୍ବରୁ ମିଳୁଥିବା ସେହସବୁ ସଙ୍କେତ ଗୁଡ଼ିକ ବିଷୟରେ:

-ଯଦି ସକାଳୁ କୌଣସି କାର୍ୟ୍ୟରେ ବାହାରିବା ସମୟରେ ବୁଢ଼ିଆଣୀ ଜାଲ ବୁଣୁଥିବା ଦେଖିବାକୁ ମିଳେ, ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ। ଏହା ଦେଖିବା ଦ୍ୱାରା ବ୍ୟକ୍ତିର କାର୍ଯ୍ୟ ପୂରଣ ହୋଇଥାଏ।

-ଯଦି ଆପଣ କୌଣସି ବିଶେଷ କାର୍ଯ୍ୟ ବା ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ଏବଂ ହଠାତ୍ ଆପଣଙ୍କ ସାମ୍ନାରେ କୌଣସି ଗାଈ କିମ୍ବା ନଡ଼ିଆ ଦେଖିବାକୁ ମିଳେ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ। ଏହା ଦ୍ୱାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିଥାଏ।

-ମନ୍ଦିରରେ ପୂଜା କରିବାକୁ ବସିଥିବା ସମୟରେ ଦେବତାଙ୍କୁ ଅର୍ପଣ କରାଯାଇଥିବା ଫୁଲ ହଠାତ୍ ଆପଣଙ୍କ କୋଳରେ କିମ୍ବା ଆପଣଙ୍କ ସାମ୍ନାରେ ପଡ଼ିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ। ଏପରି କୁହାଯାଏ ଯେ, ଏହାଦ୍ୱାରା ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାଆନ୍ତି ବୋଲି ଜଣାପଡ଼ିଥାଏ ଓ ଆପଣଙ୍କ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ। ଏଥିସହିତ ଧନ ଲାଭ ମଧ୍ୟ ହୋଇଥାଏ।

Tags: