latest

ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟ ଭାବେ ଦାୟିତ୍ୱ ନେଲେ କେ.ନଟରାଜନ

Spread the love

ଭାରତୀୟ ତଟରକ୍ଷୀ ବାହିନୀ ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି କେ ନଟରାଜନ | ସେ ରାଜେନ୍ଦ୍ର ସିଂ ଙ୍କ ସ୍ଥାନରେ ଦାୟିତ୍ୱ ନେଇଥିବାବେଳେ ପୂର୍ବରୁ ସେ ପଶ୍ଚିମ ସାଗର ବୋର୍ଡର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ | ସେ ଗୁଜୁରାଟରୁ ଆରମ୍ଭ କରି କେରଳ ଯାଏଁ ଭାରତର ସମ୍ବେଦନଶୀଳ ସମୁଦ୍ର ସୀମାର ସୁରକ୍ଷାକୁ ବୁଝୁଥିଲେ | କେ ନଟରାଜନ 1984 ବ୍ୟାଚର ଅଧିକାରୀ ହୋଇଥିବାବେଳେ ବିଭିନ୍ନ ମହତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ|

ତଟରକ୍ଷୀ ବାହିନୀ ମୁଖ୍ୟ ଭାବେ ରାଜେନ୍ଦ୍ର ସିଂ 3 ବର୍ଷ ଦାୟିତ୍ୱ ସମ୍ଭାଳିବା ପରେ ଆଜି ଅବସର ନେଇଛନ୍ତି | କେ ନଟରାଜନ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପ୍ରତିରକ୍ଷା ଓ ସାମରିକ ଅଧ୍ୟୟନରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି |

ଦେଶ ପାଇଁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ତଟରକ୍ଷୀ ବାହିନୀ ପୁରସ୍କାର ପାଇଥିବା କେ ନଟରାଜନ ବହୁ ଗୁରୁତ୍ୱପୂର୍ଣ୍ଣ ଅପରେସନରେ ସାମିଲ ହୋଇଥିଲେ | ବିଶେଷ କରି 26/11 ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପରେ ନଟରାଜନଙ୍କୁ ପଶ୍ଚିମ ସମୁଦ୍ର ସୀମା ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା | ଯାହାକୁ ସେ ସଫଳତାର ସହ ସମ୍ପନ୍ନ କରିଥିଲେ |

Tags: