latest

Date: July 4, 2019

Total 21 Posts

ଆସନ୍ତାକାଲି ସାଧାରଣ ବଜେଟ୍‌: ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସିଖବର

ସରକାରୀ କର୍ମଚାରୀଙ୍କ ପାଇଁ ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି ବଡ଼ ଖବର। ଆସନ୍ତାକାଲି ସାଧାରଣ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ଏକ ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କ ଅବସର ବୟସ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯିବାର ଅଛି। ମିଳିଥିବା ସୂଚନା

ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ଛେରା ପହଁରା କଲେ ଧର୍ମେନ୍ଦ୍ର

ରାଜଧାନୀ ଦିଲ୍ଲୀରେ ଥିବା ହୌଜ୍‌ ଖାସ୍‌ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥ ଉପରେ ଛେରାପହଁରା କରିଥିଲେ। ରଥରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କୁ ସମ୍ବୋଧନ କରିଥିଲେ।

ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତି

ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ପହଂଚିଛି। ଲକ୍ଷ ଲକ୍ଷ ଭକ୍ତ ହର୍ଷୋଲ୍ଲାସର ସହିତ ତିନି ରଥକୁ ସିଂହଦ୍ୱାର ସମ୍ମୁଖରୁ ଟାଣି ନେଇ ଶରଧାବାଲିରେ ପହଂଚିଛନ୍ତି। ମହାପ୍ରଭୁଙ୍କ ମହିମା ଅପାର ହୋଇଥିବାରୁ ନିର୍ଦ୍ଧାରିତ ଲକ୍ଷ୍ୟ ପୂର୍ବରୁ ଭଗବାନ ଶ୍ରୀଜଗନ୍ନାଥ ନିଜ ଭାଇ-ଭଉଣୀଙ୍କୁ

ହ୍ରିତିକ ରୋଶନଙ୍କ ନାଁରେ ମାମଲା ରୁଜୁ

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ନାଁରେ ହାଇଦ୍ରାବାଦ୍‌ ପୁଲିସ୍‌ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲ୍ଟ.ଫିଟ୍‌ର ବ୍ରାଣ୍ଡ ଆମ୍ବାସାଡାର ଥିବା ହ୍ରିତିକ ଓ କମ୍ପାନୀର 3 ଜଣଙ୍କ ବିରୋଧରେ ଜଣେ ଜିମ୍ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି।

ଭେଲୋର ଲୋକସଭା ଆସନ ପାଇଁ ଅଗଷ୍ଟ 5ରେ ନିର୍ବାଚନ

ଭୋଟ ପୂର୍ବରୁ ନୋଟ କାରବାର ପାଇଁ ବନ୍ଦ ରହିଥିବା ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆସନ୍ତା ଅଗଷ୍ଟ 5 ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ଅଗଷ୍ଟ 5ରେ ଭୋଟ ଓ

ଜୁଲାଇ 20ରେ ପାଟକୁରା ନିର୍ବାଚନ

କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ଆସନ ଲାଗି ଆସନ୍ତା 20 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଗୁରୁବାର ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 20 ତାରିଖରେ ଭୋଟଗ୍ରହଣ ହେବାକୁ ଥିବାବେଳେ 24 ତାରିଖରେ ଗଣତି

ଅମରନାଥର ଯାତ୍ରୀଙ୍କ ଢାଲ ସାଜିଲେ ଯବାନ: ଦେଖନ୍ତୁ ଭିଡିଓ

ଦେଶର ଯବାନମାନେ କେମିତି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଚଢ଼ାଇ ଦିଅନ୍ତି, ତା’ର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷାକର୍ମୀମାନେ ପାହାଡ଼ ଉପରୁ ଖସୁଥିବା ପଥରକୁ ରୋକିବା ପାଇଁ କେମିତି

ଲୋକସଭାରେ ଏକ ନିଆରା ଢ଼ଙ୍ଗରେ ଦାବି ଉପସ୍ଥାପନ କଲେ ସାଂସଦ ପ୍ରମିଳା ବିଷୋୟୀ

ସଂସଦରେ ପ୍ରଥମ ଅଭିଭାଷଣ ରଖିଲେ ପ୍ରମିଳା ବିଷୋୟୀ । ଆସିକା ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ବିଷୋୟୀ ଆଜି ଗୃହରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି । କେନ୍ଦ୍ର ସରକାରଙ୍କ

ସତ ହେଲା ସଚିନଙ୍କ ଭବିଷ୍ୟବାଣୀ

ସଚିନ ତେନ୍ଦୁଲକରଙ୍କ କ୍ରିକେଟରୁ ସନ୍ନ୍ୟାସ ନେବାର 6 ବର୍ଷ ହୋଇଗଲାଣି। ମଇଦାନ ଭିତରେ ସଚିନଙ୍କ ଦକ୍ଷତା ସମ୍ପର୍କରେ ପୂରା ଦୁନିଆ ଅବଗତ, କିନ୍ତୁ ମଇଦାନ ବାହାରେ ବି ସଚିନଙ୍କ ଯାଦୁ ଏବେବି କାଏମ ରହିଛି। ଯେଉଁଠି କ୍ରିକେଟ୍ କଥା କୁହାଯିବ, ସେହିଠାରେ

ଧାର୍ଯ୍ୟ ସମୟ ପୂର୍ବରୁ ଟଣାହେଲା ରଥ

ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା। ପୁରୀରେ ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ 2ଟା 15ରେ

ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନ କଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଅହମ୍ମଦାବାଦରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ରଥଯାତ୍ରା ଉପଲକ୍ଷେ ପୂଜାର୍ଚ୍ଚନା କରିଛନ୍ତି। ଠିକ୍‌ ସେହିପରି ଉପ ମୁଖ୍ୟମନ୍ତ୍ରୀ ନୀତିନଭାଇ ପଟେଲ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇ ପୂଜାର୍ଚ୍ଚନା କରିବା ସହିତ ସମସ୍ତଙ୍କର ସୁସ୍ୱାସ୍ଥ୍ୟ,ସୁଖ ଓ ସମୃଦ୍ଧିର