latest

Date: July 12, 2019

Total 27 Posts

ପାଟକୁରା ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ନିଯୁକ୍ତ

ପାଟକୁରା ବିଧାନସଭା ପାଇଁ ଭୋଟଗ୍ରହଣ ଆଉ ମାତ୍ର 8ଦିନ ଥିବାବେଳେ ବିଜେଡି ପ୍ରଥମେ ନିଜର ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରିବାରେ ଲାଗିଛି। କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ବିଜେଡି ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସଂଯୋଜକ ଭାବେ ନିଯୁକ୍ତି

ପାଟକୁରା ନିର୍ବାଚନ ପାଇଁ କଂଗ୍ରେସର 40 ଜଣିଆ ପ୍ରଚାରକ ତାଲିକା

ଆସନ୍ତା 20 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ 40 ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ଏଆଇସିସି ସାଧାରଣ ସଂପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର

ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ଭୁଶୁଡ଼ିଲା ପାହାଚ: 12 ଛାତ୍ରୀ ଆହତ

ହାଇସ୍କୁଲ ହଷ୍ଟେଲ୍‌ର ଶିଡ଼ି ଉପରେ ଠିଆ ହୋଇ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ପାହାଚ ଗୁଡ଼ିକ ଭୁଶୁଡ଼ି ପଡ଼ିବାରୁ 12 ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ସରକାରୀ ହାଇସ୍କୁଲରେ

ରାହୁଲଙ୍କୁ ମିଳିଲା ଜାମିନ୍‌

ପୁଣି ଏକ ମାନହାନି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ରାହୁଲଙ୍କ ନାଁରେ ଅହମଦାବାଦ ଡିଷ୍ଟ୍ରିକ୍ଟ କୋପରେଟିଭ ବ୍ୟାଙ୍କ ଓ ଏହାର ଅଧ୍ୟକ୍ଷ ଅଜୟ ପଟେଲ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ। ଆଜି ଅହମଦାବାଦ ମେଟ୍ରୋପଲିଟାନ

କର୍ଣ୍ଣାଟକା ରାଜନୀତି: ଆସ୍ଥା ଭୋଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କର୍ଣ୍ଣାଟକା ମେଣ୍ଟ ସରକାର ବୁଡ଼ିବା ସ୍ଥିତିରେ ପହଞ୍ଚିଛି। ତେବେ ସରକାର ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଆଜି ନୂଆ ଗୋଟି ଚାଳନା କରିଛନ୍ତି। ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କ ଉପରେ ମଙ୍ଗଳବାର ଯାଏ କୌଣସି ନିଷ୍ପତ୍ତି ନ ନେବାକୁ କହିବା ପରେ କୁମାରସ୍ୱାମୀ

କେଉଁ ସମୟରେ ଜନ୍ମ ହେଲେ କେଉଁ ପ୍ରକାର ଭାଗ୍ୟର ଅଧିକାରୀ ହେବେ ଜାଣନ୍ତୁ

ଆମ ଜୀବନରେ ସବୁ କିଛି ଆମ ସହ ଜଡିତ କିଛି ନା କିଛି ରୁ ଜଣା ପଡିଥାଏ।ଠିକ ସେମିତି ଜନ୍ମ ସମୟ ରୁ ମଧ୍ୟ ବ୍ୟକ୍ତି କେଉଁ ଭଳି ବ୍ୟକ୍ତିତ୍ବ ର ହୋଇଥାଏ ଜଣାପଡେ।ଆସନ୍ତୁ ଜାଣିବା ସେ ବିଷୟରେ। – ସକାଳ

ଅଗଷ୍ଟରୁ ଆରମ୍ଭ ହେବ ‘କୌନ ବନେଗା କରୋଡପତି’

ସୋନି ଟିଭିରେ ପ୍ରସାରିତ ମୋଷ୍ଟ ପପୁଲାର ଶୋ’ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି।  ଏହି ଶୋ’ର 11 ତମ ସିଜିନ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦର୍ଶକ ବି ଖୁବ୍‌ ଉତ୍ସୁକତାର ସହ ଏହାକୁ

ଧାନମଣ୍ଡି ଓ ପୁରୀରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଷୋଡ଼ଶ ବିଧାନସଭାର ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି । ଧାନ ମଣ୍ଡି, ପୁରୀରେ ନାବାଳିକାକୁ ଦୁଷ୍କର୍ମ ଓ ଆବାସିକ ବିଦ୍ୟାଳୟରେ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ

ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଘେରରେ

ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୁରି ସାରିଛି । ଫେବୃଆରୀ 24,2018ରେ ବାଥ୍‌ଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଦୁବାଇକୁ ସେ ବିବାହରେ ଯୋଗ ଦେବାକୁ ଯାଇଥିବା ବେଳେ ଅଧିକ ମଦ ପିଇ ଦେଇଥିଲେ ।

ବିଧାନସଭାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ-ଚନ୍ଦ୍ରବାବୁ ମୁହାଁମୁହିଁ

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗୁରୁବାର ଦିନ ବିଧାନସଭାରେ ମୁହାଁମୁହିଁ ହୋଇଯାଇଥିଲେ | କିଛି ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଯାଇଥିଲା | ସ୍ଥିତି ଏମିତି ହୋଇଥିଲା ଯେ ଜଗନ ପ୍ରବଳ

ଚେନ୍ନାଇରେ ଜଳ ଶଂକଟ, ଟ୍ରେନ ଯୋଗେ ପହଞ୍ଚିଲା ପାଣି

ଭାରତରେ ଏବେଠାରୁ ପାଣି ସମସ୍ୟା ଦେଖାଦେଲାଣି । ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଥିବା ଚେନ୍ନାଇବାସୀଙ୍କୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଭେଲୋରରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ୫୦ ୱାଗନ ପାଣି ଚେନ୍ନାଇରେ ପହଞ୍ଚିଛି। ଏହି ୫୦ ୱାଗନ୍‌ରେ