latest

ଧାରା 370 ଉଚ୍ଛେଦ ପରିପ୍ରେକ୍ଷୀରେ ଇମ୍ରାନଙ୍କୁ ଏମିତି ତୀର ମାରିଲେ ନୱାଜ ସରିଫ୍‌ଙ୍କ ଝିଅ

Spread the News

ଜାମ୍ମୁ-କାଶ୍ମୀରରୁ ଧାରା 370 ହଟିବା ପରେ ପାକିସ୍ତାନର ଏବେ ଚିନ୍ତା ବଢ଼ିବାରେ ଲାଗିଛି । ପାର୍ଲାମେଣ୍ଟର ଉଭୟ ସଦନ ରାଜ୍ୟସଭା ଓ ଲୋକସଭାରେ ଏହି  ପ୍ରସ୍ତାବ ବିଲ ଗୃହୀତ ହେବା ପରେ ପାକିସ୍ତାନର  ରାଜନୈତିକ ଦଳଗୁଡିକଙ୍କ ମଧ୍ୟରେ ହଟଚମଟ ସୃଷ୍ଟି ହୋଇଛି । ବିରୋଧୀମାନେ ଇମ୍ରାନଙ୍କୁ ଟାର୍ଗେଟ କରିଛନ୍ତି ।

ପାକିସ୍ତାନର ରାଜନୈତିକ ଦଳଗୁଡିକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଥଟ୍ଟା ପରିହାସ କରିବା ସହ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରୀଫଙ୍କ ଝିଅ ମାରିୟମ ନବାଜ  ଖାତିର୍ ନକରି ତାଙ୍କ ଦକ୍ଷତାକୁ ନେଇ ସମାଲୋଚା କରିଛନ୍ତି । ମାରିୟମ କହିଛନ୍ତି, ଆମେରିକାର ରାଷ୍ଟ୍ରପତି କାଶ୍ମୀର ପ୍ରସଂଗରେ ମଧ୍ୟସ୍ଥତା କରିବେ କହି ଇମ୍ରାନ ଖାନଙ୍କୁ ବୋକା ବନେଇ ଦେଲେ । ଭାରତ ଯେମିତି ରଣନୀତି କରୁଛି ତାର ଟେର ବି ପାଇଲେନି ।  ଭାରତ ରଚିଥିବା ଷଡ଼ଯନ୍ତ୍ର ବାବଦରେ ଜାଣିବା ପାଇଁ ମିଷ୍ଟର ଖାନ(ଇମ୍ରାନ ଖାନ) ବିଫଳ ହୋଇଛନ୍ତି ବୋଲି ମାରିୟମ ନବାଜ କହିଛନ୍ତି।

ଗତ ମାସରେ କାଶ୍ମୀରର ମୁଦ୍ଦା ନେଇ ଇମ୍ରାନ ଖାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖକୁ ଯାଇଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ତାଙ୍କୁ କଣ ପ୍ରତିଶ୍ରୁତି ଦେଇଥିଲେ ତାହା ପାକିସ୍ତାନ ନାଗରିକ ଜାଣିବା ଉଚିତ ବୋଲି ମାରିୟମ କହିଛନ୍ତି । ମାରିୟମ ଆହୁରି ମଧ୍ୟ କହିଛନ୍ତି, ମଧ୍ୟସ୍ଥତା ଏମିତି ଏକ ଜାଲ ଯେଉଁଥିରେ ପ୍ରଥମେ ଇମ୍ରାନ ଖାନ ପଡ଼ିଲେ । ସବୁଥର ଭଳି ଏଥର ବି ଶ୍ରତ୍ରୁର ଯୋଜନା ବାବଦରେ ଇମ୍ରାନ ଜାଣିପାରିଲେ ନାହିଁ ବୋଲି ମାରିୟମ କହିଥିଲେ ।