latest

ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ ବିଜେପିର ଲକ୍ଷ୍ୟ : ଶିବରାଜ ଚୈାହାନ

Spread the love
ଓଡ଼ିଶାରେ ଲୋକସଭା ନିର୍ବାଚନର ସଫଳତାକୁ ବିଧାନସଭା ନିର୍ବାଚନରେ ଦୋହରେଇ ପାରିନଥିବା ବିଜେପି ଏବେ ସାଂଗଠନିକସ୍ଥିତିକୁ ଆହୁରି ମଜବୁତ କରିବାକୁ ଅଣ୍ଟା ଭିଡ଼ିଛି । ଏହି ପରିପ୍ରେକ୍ଷୀରେ ଦଳ ସମଗ୍ର ଦେଶରେ ନୂତନ ସଦସ୍ୟତା ଅଭିଯାନ ଚଳାଇଛି । ଏହିକ୍ରମରେ ଓଡ଼ିଶାକୁ ବିଜେପି ସଭ୍ୟ ସଂଗ୍ରହ ଅଭିଯାନ ପାଇଁ 2ଦିନିଆ ଗସ୍ତରେ ଆସିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସଦସ୍ୟତା ଅଭିଯାନର ପ୍ରମୁଖ ଶିବରାଜ ସିଂହ ଚୈାହାନ । ଏହି ଅବସରରେ ସେ ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ ତାଙ୍କର ଲକ୍ଷ୍ୟ ରହିଛି ବୋଲି 120 ମିଶନ ନେଇ ହୋଇଥିବା ପ୍ରଶ୍ନରେ ପ୍ରତିକ୍ରିୟା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଆଗକୁ ଦେଖନ୍ତୁ ଛାଡ଼ିବୁ ନାହିଁ  । 

ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ମିଶନ 120 । ମିଶନ 120 ପୂରଣ ନ ହେବା ଯାଏଁ ବିଜେପି ଏହି ଦାୟିତ୍ୱରୁ ହଟିବ ନାହିଁ । ତେଣୁ 2014 ପାଇଁ ରାଜ୍ୟରେ ମିଶନ 120 ସଫଳ କରିବାକୁ ବିଜେପି ପକ୍ଷରୁ ଜାରି ରହିଛି ଚେଷ୍ଟା । ଆଜି ଠାରୁ 2ଦିନିଆ ଓଡ଼ିଶା ଗସ୍ତରେ ବିଜେପି ଶିବରାଜ ସିଂହ ଚୈାହାନ ଆସିଛନ୍ତି । ସେ ଖୋର୍ଦ୍ଧାରେ ଗୀତଭବନ ପଡ଼ିଆରେ ବିଜେପିର ସଦସ୍ୟତା ଅଭିଯାନରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । 

ଓଡ଼ିଶାରେ ସଦସ୍ୟତା ଅଭିଯାନରେ ଖୋର୍ଦ୍ଧାରୁ ସେ ସଦସ୍ୟ ହେବେ । ସେ ଭୁବନେଶ୍ୱର ପହଂଚିବା ପରେ 120 ମିଶନ କୁଆଡ଼େ ଗଲା ବୋଲି ଯେଉଁମାନେ ପ୍ରଶ୍ନ କରିଥିଲେ ସେମାନଙ୍କ ପ୍ରଶ୍ନରେ ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ ତାଙ୍କର ଲକ୍ଷ୍ୟ ରହିଛି ବୋଲି ଶିବରାଜ ସିଂହ ଚୈାହାନ ଉତ୍ତର ଦେଇଛନ୍ତି । ଏହାର ଅର୍ଥ ହେଉଛି ସର୍ବସ୍ପର୍ଶୀ ଅର୍ଥାତ ସବୁ ବର୍ଗର ଲୋକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରିବା ସହ ସର୍ବବ୍ୟାପି ଅର୍ଥାତ ସବୁ ବୁଥ ଓ ପଞ୍ଚାୟତରେ ସଂଗଠନ ମଜବୁତ କରିବା ବିଜେପିର ଲକ୍ଷ୍ୟ ରହିଛି । ରାଜ୍ୟରେ ନିର୍ବାଚନରେ କମ ଭୋଟ ମିଳିଥିବା ବୁଥ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଆଗକୁ ଦେଖନ୍ତୁ ଛାଡ଼ିବୁ ନାହିଁ ବୋଲି ସେ କହିଛନ୍ତି । 

Tags:

Leave a Reply

Your email address will not be published. Required fields are marked *