latest

ଷ୍ଟେସନରେ ଗୀତଗାଇ ଭିକ ମାଗୁଥିଲେ , ଏବେ ହୋଇଗଲେ ପ୍ରସିଦ୍ଧ ଗାୟିକା

Spread the love

କଥାରେ ଅଛି କଳା କେବେ ଲୁଚି ରହେନା ଆଉ ପରିଶ୍ରମ କେବେ ବୃଥାରେ ଯାଏନା । ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି  ପଶ୍ଚିମବଙ୍ଗ ରେଳଷ୍ଟେସନରେ। ସେଠାରେ  ଗୀତଗାଇ ଭିକ୍ଷାବୃତି କରୁଥିବା ଜଣେ ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଛି ସୋସିଆଲ ମିଡିଆ । ସେ ମହିଳା ଜଣକ ହେଉଛନ୍ତି ରାନୁ ମଣ୍ଡଲ। ପଶ୍ଚିମବଙ୍ଗ ରାଣଆଘାଟ ଷ୍ଟେସନରେ ଗୀତ ଗାଇ ବାବୁଭାଇଙ୍କଠାରୁ ଯାହା ମିଳେ ସେଥିରେ ଜୀବନ ନିର୍ବାହ କରନ୍ତି। ହେଲେ ସେଦିନ ସେ ଗାଇଥିବା ଗୀତଟି ତାଙ୍କ ଜୀବନରେ ଚମତ୍କାର କରିଦେଲା। ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା କେହି ଜଣେ ଭଦ୍ରବ୍ୟକ୍ତି ଗୀତ ଗାଉଥିବାର ତାଙ୍କୁ ମୋବାଇଲରେ ସୁଟିଂ କରି ଭିଡିଓ ଫେସବୁକ୍ ରେ ଅପଲୋଡ କରିଦେଲେ। ଯାହା ଭାଇରାଲ ହୋଇ ଯାଇଥିଲା ଆଉ ବଦଳେଇ ଦେଇଥିଲା ରାନୁଙ୍କ ଜୀବନ। ଏହି ଭିଡିଓ ଯୋଗୁ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା ମହିଳା ରାତାରାତି ଷ୍ଟାର ହୋଇଯାଇଥିଲେ।

ଭିଡିଓ ଭାଇରାଲ ହେବା ପରେ ତାଙ୍କର ମେକଓଭର କରାଗଲ। ରାନୁଙ୍କୁ ଗୀତ ଗାଇବା ଲାଗି ଅଫର ସୁଅ ଛୁଟିଥିଲା। ଏଥିପାଇଁ ପ୍ରସ୍ତାବ ନେଇ ଆସୁଥିବା ଆୟୋଜକ ହିଁ ତାଙ୍କର ମେକ୍ ଓଭର କରାଇଥିଲେ। ଏବେ ରାନୁ ପଶ୍ଚିମବଙ୍ଗରେ ଜଣେ ପ୍ରସିଦ୍ଧ ଗାୟିକା । ପ୍ରତି ଦିନ ତାଙ୍କୁ କେଉଁଠୁ ନା କେଉଁଠୁ ଅଫର ଆସୁଛି ଗୀତ ଗାଇବାକୁ ଏଥିପାଇଁ ତାଙ୍କୁ ବେଶ ପାରିଶ୍ରମିକ ମଧ୍ୟ ମିଳୁଛି।  ରାନୁ ସୋସାଲ ମିଡିଆ ଭିଡିଓରେ ଯେଉଁ ଗୀତ ଗାଉଥିଲେ ତାହା ଥିଲା ବଲିଉଡର ଅଲଟାଇମ ସୁପରହିଟ୍ ‘ଶୋର’ର ‘ତୁ ପ୍ୟାର କା ନଗମା ହୈ’ ଗୀତ। ଏହାକୁ ଯେଉଁ ଫେସବୁକ୍ ସାଇଟ୍ ରେ ଅପଲୋଡ କରାଯାଇଥିଲା ତାର ନାମ ଥିଲା ‘ବରପେଟା ଟାଉନ’। ତେବେ କିଏ ଓ କାହିଁକି ଏହି ଭିଡିଓକୁ ଅପଲୋଡ କଲେ ତାହା କିନ୍ତୁ କେହି ଜାଣନ୍ତି ନାହିଁ। ହେଲେ ସୋସାଲ ମିଡିଆ ଷ୍ଟେସନରେ ଗୀତ ଗାଉଥିବା ଜଣେ କଳାର ପୂଜାରିଣୀଙ୍କୁ ତାଙ୍କର ଅସଂଖ୍ୟ ଫ୍ୟାନ୍ସଙ୍କ ନିକଟରେ ପହଞ୍ଚାଇ ଦେଇଛି ନିଶ୍ଚୟ।