latest

ଯୁବତୀଙ୍କୁ ନଗ୍ନକରି ଭିଡିଓ କଲେ ଭାଇରାଲ

Spread the love

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ତାଳସରୀ ବେଳାଭୂମିରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ବେଳାଭୂମି ବୁଲିବାକୁ ଆସିଥିବା ଯୁବକ ଓ ଯୁବତୀଙ୍କୁ ମଦ୍ୟାପମାନେ ମାଡ ମାରିବା ସହ ଯୁବତୀଙ୍କୁ ନଗ୍ନ କରି ଭିଡିଓ ଭାଇରାଲ କରିଛନ୍ତି ।  ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗାଁ ଲୋକ ଥାନାରେ ଅଭିଯୋଗ। ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ବେଳାଭୂମୀ ତାଳସାରୀ ବୁଲିବାକୁ ଆସିଥିବା କଲେଜ ଛାତ୍ର ଓ ଛାତ୍ରୀ ବେଳାଭୂମୀରେ ବାଇକ୍ ଚଳାଉଥିବା ନିଶାଶକ୍ତ ଯୁବକମାନଙ୍କ ଦ୍ବାରା ନିର୍ଯ।ତିତ ହୋଇଛନ୍ତି । ସେମାନଙ୍କୁ 3 ଜଣ ବାଇକ୍ ଚାଳକ ପ୍ରବଳ ମାଡ ମାରିବା ସହ ଜୋରଜବରଦସ୍ତ ଅଶ୍ଳୀଳ ଭିଡିଓ ସୁଟିଂ କରି ତାକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।

 ଅପରପକ୍ଷରେ ଭିଡିଓ ସୁଟିଂ ପରେ ମୋଟା ଅଙ୍କର ଅର୍ଥ ଆଦାୟ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଯୁବକମାନଙ୍କର ଏଭଳି ଅମାନୁଷିକ କାର୍ଯ୍ୟକଳାପକୁ ସ୍ଥାନୀୟ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଗ୍ରାମରେ ଏକ ବୈଠକ ପରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ଥାନାରେ ଅଭିଯୋଗ କରିଛନ୍ତି ।  ତେବେ ଗତ ଦୁଇ ମାସ ମଧ୍ୟରେ 4ଟି ଏଭଳି ଭାଇରାଲ ଭିଡିଓ ଘଟଣା ସାମ୍ନାକୁ ଆସିଲାଣି। ପ୍ରଶ୍ନ ଉଠୁଛି ଏଭଳି ଘଟଣାମାନ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ କରୁଛି କଣ । ତୁରନ୍ତି ଜିଲ୍ଲା ପ୍ରଶାସନ ତାଳସାରୀର ସୁରକ୍ଷା ଦୃଷ୍ଟିରୁ ବେଳାଭୂମୀରେ ବାଇକ୍ ଆରୋହୀଙ୍କ ବ୍ୟବସାୟ ବନ୍ଦ କରି ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

Tags: