latest

ବହୁତ ପୂର୍ବରୁ ଧାରା ୩୭୦ ହଟି ଯିବାର ଥିଲା: ଅମିତ ଶାହା

Spread the love

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁଙ୍କ ଜୀବନୀ ଉପରେ ଲେଖାଯାଇଥିବା ‘ଲିସିନିଙ୍ଗ, ଲର୍ନିଙ୍ଗ ଆଣ୍ଡ୍‌ ଲିଡିଙ୍ଗ’ ପୁସ୍ତକର ଉନ୍ମୋଚନ କରିଛନ୍ତି । ତାମିଲନାଡ଼ୁର ଚେନ୍ନାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏଠାକୁ ଗୃହମନ୍ତ୍ରୀ କି ବିଜେପିର ସଭାପତି ଭାବରେ ଆସି ନାହିଁ । ବରଂ ରାଜନୈତିକ କ୍ଷେତ୍ରରେ କାମ କରୁଥିବା ଜଣେ ବିଦ୍ୟାର୍ଥୀଭାବରେ ସାରା ଜୀବନରେ ରାଜନୀତିରେ ଆଦର୍ଶ ଭଳି କାମ କେମିତି କରିବାକୁ ହେବ ତାହାର ପ୍ରତିମୂର୍ତ୍ତି କେବଳ ଭେଙ୍କେୟା ନାଇଡୁଙ୍କ ଜୀବନକୁ ଅନୁମୋଦନ କରିବାକୁ ଆସିଛି ବୋଲି ଶାହା କହିଛନ୍ତି । ତେବେ ଏହି ଅବସରରେ ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ବହୁତ ଆଗରୁ ଉଚ୍ଛେଦ ହେବାର ଉଚିତ ଥିଲା ବୋଲି ସେ ସଭାରେ ଅଭିଭାଷଣରେ କହିଛନ୍ତି । ଧାରା ୩୭୦ ଉଚ୍ଛେଦ ଉପଅରେ ସେ କହିଛନ୍ତି ଯେ ଜଣେ ସାଂସଦ ହିସାବରେ ଏହି ଧାରା ବହୁତ ସମୟ ଆଗରୁ ହଟି ଯିବାର ଥିଲା । ଏହାକୁ ହଟାଇବାକୁ ତାଙ୍କ ମନରେ କୌଣସି ଭ୍ରମ ମଧ୍ୟ ନ ଥିବା ସେ କହିଛନ୍ତି । ଏହା ପରେ କଶ୍ମୀରରେ ଆତଙ୍କବାଦ ଶେଷ ହେବ ଓ ବିକାଶର ଧାରାରେ ଆଗକୁ ବଢ଼ିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ସେ ଭେଙ୍କେୟା ନାଇଡୁଙ୍କୁ ଭୂରି ଭୂରି ପ୍ରସଂଶା କରିଛନ୍ତି । ଜୀବନରେ ଶୁଣିବା, ଶିଖିବା ଓ ସମାଜର ନେତୃତ୍ୱ କେମିତି ନେବା ଏହାର ଆଦର୍ଶ ଭେଙ୍କେୟା ଦେଶର ଯୁବ ପୀଢ଼ୀଙ୍କ ଆଗରେ ରଖିଛନ୍ତି । ଜଣେ ବିଦ୍ୟାର୍ଥୀରୁ ଉପ ରାଷ୍ଟ୍ରପତି ହେବା ସମାଜର ଯୁବ ବର୍ଗ ତାଙ୍କୁ ଅନୁକରଣ କରିବା ଉଚିତ । ନାଇଡୁ ମଧ୍ୟ ନିଜ ଛାତ୍ର ଜୀବନରେ ଧାରା ୩୭୦ ଉଚ୍ଛେଦ ପାଇଁ ଆନ୍ଦୋଳନ କରୁଥିଲେ ବୋଲି ସେ କହିଛନ୍ତି । ବାଳକ ଅବସ୍ଥାରେ ଯିଏ ଏହା ବିରୁଦ୍ଧରେ ଥିଲେ ସେ ଆଜି ଧାରା ଉଚ୍ଛେଦ ବେଳେ ରାଜ୍ୟସଭାର ଅଧ୍ୟକ୍ଷ ପଦରେ ଥିଲେ ବୋଲି ଶାହା କହିଛନ୍ତି ।

Tags:

Leave a Reply

Your email address will not be published. Required fields are marked *