latest

ଆଜି ଇଣ୍ଡିଆ-ଇଣ୍ଡିଜ ଦ୍ୱିତୀୟ ଦିନିକିଆ

Spread the love

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ଖେଳାଯିବ । ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା । କିନ୍ତୁ ଆଜିର ମ୍ୟାଚରେ ଉଭୟ ଦଳ ବିଜୟୀ ହେବା ସହ ସିରିଜରେ ଆଗୁଆ ରହିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ । ଦିନିକିଆ ସିରିଜ ପାଇଁ ଉଭୟ ଦଳ ନିଜର ଅନୁଭବୀ ଖେଳାଲିଙ୍କ ସହ ମ୍ୟାଚ ଖେଳୁଛନ୍ତି ।ଫଳରେ ଫ୍ୟାନମାନଙ୍କୁ ଆଜି ଏକ ଭଲ ମୁକାବିଲା ଦେଖିବାକୁ ମିଳିବ । ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ରବିବାର ପୋର୍ଟ ଅଫ ସ୍ପେନରେ ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଦିନିକିଆରେ ରେକର୍ଡ ଅତିକ୍ରମ କରିବା ଲୟରେ ରହିବେ । କୋହଲି ଏହି ମ୍ୟାଚରେ ମାତ୍ର ୧୯ ରନ ସଂଗ୍ରହ କଲେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ ହାସଲକାରୀ ଖେଳାଳି ଭାବେ ରେକର୍ଡ ପ୍ରତିଷ୍ଠା କରିବେ । ଏହି ରେକର୍ଡ ଏଯାଏଁ ପାକିସ୍ତାନର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜାଭେଦ ମିୟାଦାଦଙ୍କ ନାମରେ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ମିୟାଦାଦ ୬୪ଟି ମ୍ୟାଚର ୬୪ଟି ଇନିଂସରେ ୩୩.୮୫ ହାରରେ ୧୯୩୦ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ସାମିଲ ଅଛି । ମିୟାଦାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଶେଷ ଦିନିକିଆ ୧୯୯୩ରେ ଖେଳିଥିଲେ । ଅନ୍ୟପକ୍ଷରେ ଭାରତର ବିରାଟ କୋହଲି ବର୍ତ୍ତମାନ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୩ଟି ଇନିଂସରେ ୭୦.୮୧ ହାରରେ ୧୯୧୨ ରନ କରିଛନ୍ତି । ଏଥିରେ ସର୍ବାଧିକ ୭ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସାମିଲ ଅଛି । ଅର୍ଥାତ ମିୟାଦାଦଙ୍କ ତୁଳନାରେ କୋହଲି ଏବେ ମାତ୍ର ୧୮ ରନ ପଛରେ ଅଛନ୍ତି । ଉପରୋକ୍ତ ତାଲିକାରେ ଅଷ୍ଟ୍ରେଲିଆ ମାର୍କ ୱ (୧୭୦୮ ରନ) ସହିତ ୩ୟ ସ୍ଥାନ, ଚତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଜ୍ୟାକ କାଲିସ (୧୬୬୬ ରନ), ପାକିସ୍ତାନର ରମୀଜ ରାଜା (୧୬୨୪ ରନ) ଓ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର (୧୫୭୩ ରନ) ୫ମ ସ୍ଥାନ ପାଇଛନ୍ତି । ରାହୁଲ ଦ୍ରାବିଡ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୮ଟି ଇନିଂସରେ ୧୩୪୮ ରନ କରିଥିଲେ । ମ୍ୟାଚର ସମୟ ଆଜି ପୋର୍ଟ ଅଫ ସ୍ପେନରେ ସଂଧ୍ୟା ୭ଟାରେ କେଉଁ ଚ୍ୟାନେଲରେ ଦେଖିବେ ମ୍ୟାଚ ସୋନି ସ୍ପୋର୍ଟସ ଲାଇଭ ଟସ ସମୟ ସଂଧ୍ୟା ୬.୩୦(ଭାରତୀୟ ସମୟାନୁସାରେ

Tags:

Leave a Reply

Your email address will not be published. Required fields are marked *