latest

ସୋନାକ୍ଷୀଙ୍କ ମାଡରେ ଅକ୍ଷୟ ଚିତ୍

Spread the love

ବଲିଉଡ୍‌ ହିରୋ ଅକ୍ଷୟ କୁମାର ଓ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଏକ ଭିଡିଓ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି । ଏହି ଭଡିଓରେ ଆପଣାମାନେ ଦେଖିବାକୁ ପାଇବେ ସୋନାକ୍ଷୀ ସିହ୍ନା ଓ ଅକ୍ଷୟ କୁମାର ଓ ଅନ୍ୟ ଅଭିନେତ୍ରୀମାନେ ବସି କଥାହେଉଛନ୍ତି । ଏତିକି ବେଳେ ଆକ୍ସନ ଦେକାଇବାକୁ ଯାଇ ସୋନାକ୍ଷୀ ଅକ୍ଷୟଙ୍କୁ  ଠେଲି ତଳେ ପାକଇ ଦେଇଛନ୍ତି। ଏହାପରେ ସମସ୍ତେ ଜୋରଜୋରେ ହସୁଛନ୍ତି ।  ଆସନ୍ତୁ ଜାଣିବା ଏହି ଭିଡିଓ ପଛର କାହାଣୀ,  ଅଗଷ୍ଟ 15 ତାରିଖରେ ରିଲିଜ୍ ହେବ ବଲିଉଡ୍ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’। ଏଥିରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାରଙ୍କ ସହିତ ବିଦ୍ୟା ବାଲାନ୍‌, ତାପସୀ ପନ୍ନୁ, ସୋନାକ୍ଷୀ ଓ କୀର୍ତ୍ତି କୁହ୍ଲାରି ଅଭିନୟ କରିଛନ୍ତି।

ଏବେ ପୂରା ଟିମ୍ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛି। କଟରେ ଏକ ସାକ୍ଷାତକାର ସମୟରେ ସୋନାକ୍ଷୀଙ୍କ ପାଖରେ ଅକ୍ଷୟ ବସିଥିଲେ। କଥାବାର୍ତ୍ତା ଚାଲିଥିବା ବେଳେ ଅକ୍ଷୟଙ୍କୁ ହାଲ୍‌କା ଧକ୍କା ଦେଇଥିଲେ ସୋନାକ୍ଷୀ। ତଳେ ପଡ଼ିଯିବା ପରେ ଅକ୍ଷୟ ତାଙ୍କୁ କହିଥିଲେ, ଏ କ’ଣ ହେଉଛି? ଅନ୍ୟମାନେ ସଙ୍ଗେ ସଙ୍ଗେ ଭୟଭୀତ ହୋଇଯିବା ବେଳେ ସୋନାକ୍ଷୀ କହିଥିଲେ, ଯେଉଁମାନେ ମୋତେ ବିରକ୍ତ କରନ୍ତି, ମୁଁ ସେମାନଙ୍କ ସହିତ ଏମିତି କରେ। ତେବେ ଏହା ଥିଲା ଉଭୟ ସୋନାକ୍ଷୀ ଓ ଅକ୍ଷୟଙ୍କ ପ୍ରିପ୍ଳାନ୍। ଅର୍ଥାତ୍ ପୂର୍ବ ଯୋଜନା ମୁତାବକ ଏହା ଘଟିଥିଲା। ଏ ଘଟଣା ଘଟିବା ପରେ ଏହାର ଖୁଲାସା କରିଥିଲେ ସେଠାରେ ଉପସ୍ଥିତ ତାପସୀ ପନ୍ନୁ। ସେ କହିଥିଲେ, ଦୁହେଁ ଯୋଜନାବଦ୍ଧ ଭାବେ ଏହା କରିଛନ୍ତି। ଆମକୁ ଡରାଇବାକୁ ଦୁହେଁ ଆଗରୁ ଏ ନେଇ କଥା ହୋଇଥିଲେ। ସେଥିପାଇଁ ଏହାର ଭିଡିଓ ରେକର୍ଡ ପ୍ଲାନ୍ ବି କରିଥିଲେ। ଏହି ଭିଡିଓକୁ ସୋନାକ୍ଷୀ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓ ଶେଆର କରି ସେ କ୍ୟାପେସନ୍‌ରେ ‘ସୋନା ଆଣ୍ଡ ଅକି ପ୍ରାଙ୍କ’ ଲେଖିଛନ୍ତି।

 

Leave a Reply

Your email address will not be published. Required fields are marked *