latest

ଡିସକଭରିରେ ଆଜି ମୋଦି-ବେୟର ଗ୍ରୀଲ୍ସ, ଜଙ୍ଗଲ ବୁଲିବେ, ନଦୀରେ ପହଁରିବେ ମୋଦି !

Spread the love

ବହୁ ଅପେକ୍ଷାରେ ଘଟିବ ଅନ୍ତ । ଆଜି (ସୋମବାର) ରାତି 9ଟା ରେ ପ୍ରସାରିତ ହେବ ‘ମ୍ୟାନ ଭର୍ସେସ ୱାଇଲ୍ଡ’ । ଯେଉଁଠି ଦେଖିବାକୁ ମିଳିବ ମୋଦି-ବେୟର ଗ୍ରୀଲ୍ସ ଯୋଡି । ଏହି ଶୋରେ ଜିମ କୋରବେଟ ଜାତୀୟ ଉଦ୍ୟାନର ଖତରନାକ ଜଙ୍ଗଲରେ ମୋଦି ନିଜ ସାହାସିକତାରେ ପରିଚୟ ଦେଉଥିବା ଦେଖିବାକୁ ମିଳିବ । ପୂର୍ବରୁ ଏହାର ଦୁଇଟି ପ୍ରୋମୋ ଆସିସାରିଥିବା ବେଳେ ରିଅଲ ହିରୋ ସହ ପିଏମଙ୍କୁ ଦେଖିବାକୁ ଦେଶବାସୀ ବେଶ ଉତ୍ସୁକ ।

ଏହି ଶୋ ମୋଟ 180ଟି ଦେଶରେ ପ୍ରସାରିତ ହେବ । ଏହି ଶୋଟି ଏକାଥରେ ଡିସକଭରି ଚ୍ୟାନେଲ, ଡିସକଭରୀ ଏଚଡି ୱାର୍ଲ୍ଡ, ଆନିମଲ ପ୍ଲାନେଟ, ଡିସକଭରି ସାଇନ୍ସ, ଆନିମଲ ପ୍ଲାନେଟ ଏଚଡି ୱାର୍ଲ୍ଡ, ଟିଏଲସି, ଟିଏଲସି ଏଚଡି ୱାର୍ଲ୍ଡ, ଜିତ ପ୍ରାଇମ୍‌, ଜୀତ ପ୍ରାଇମ ଏଚଡି, ଡିସକଭରୀ କିଡ୍ସ ଆଦି ଚ୍ୟାନେଲରେ ପ୍ରସାରିତ ହେବ । ପୂର୍ବରୁ ଏହି ଶୋ ସମ୍ବନ୍ଧରେ ମ୍ୟାନ ଭର୍ସେସ ୱାଇଲ୍ଡର ହୋଷ୍ଟ ବେୟର ଗ୍ରୀଲ୍ସ କିଛି ଖୁଲାସା କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ବି ପ୍ରଧାନମନ୍ତ୍ରୀ ମୋଦି କୁଲ୍‌ ଓ କାମ୍‌ ଥିବା ସେ କହିଥିଲେ । ଏହା ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ଏକ ଆଡଭେନଚରିଅସ ଟ୍ରିପ କରିବାର ସୁଯୋଗ ପାଇଥିବାର କହିଛନ୍ତି ବେୟର ଗ୍ରୀଲ୍ସ ।

Tags: