latest

ସିକ୍କିମରେ ଏସଡିଏଫର 15 ବିଧାୟକରୁ 14 ବିଜେପିରେ ସାମିଲ

Spread the love

ସିକ୍କିମରେ ବିରାଟ ରାଜନୈତିକ ପରିବର୍ତ୍ତନ ହୋଇଛି । ସିକ୍କମର ପୂର୍ବ ମୁଖ୍ୟମନ୍ତ୍ରୀ ପବନ ଚାମଲିଂଙ୍କ ବ୍ୟତୀତ ସିକ୍କିମ ଡେମୋକ୍ରେସି ଫ୍ରଣ୍ଟର( ଏସଡିଏଫ୍) 15ରୁ 14 ବିଧାୟକ ବିଜେପିରେ ଯୋଗଦେଇଛନ୍ତି । ଚଳିତବର୍ଷ ମେ ମାସ ପର୍ଯ୍ୟନ୍ତ ସିକ୍କିମରେ ଏସଡିଏଫ୍ ଶାସନ କରୁଥିଲା । ଏବଂ ଏହି ଦଳ ଗତ 25 ବର୍ଷାହେଲା ସିକ୍କିମରେ ଶାସନ କରୁଥିଲା । ଏବଂ ପବନ ଚାମଲିଂ ମୁଖ୍ୟମନ୍ତ୍ରୀ ରହି ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧାୟକମାନେ ବିଜେପିରେ ସାମିଲ   ହୋଇଥିବା କହିଛନ୍ତି । ଅନ୍ୟପକ୍ଷରେ କାଶ୍ମୀରରେ 370 ଉଚ୍ଛେଦ ପରେ ସାରା ବିଶ୍ୱ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଉପରେ ନଜର ରଖିଛି । ସାରା ଦେଶରେ ମୋଦି ଲେହର  ପୁଣିଥରେ ଉଜ୍ଜୀବିତ  ହୋଇଛି ।

Tags: