latest

ପାକିସ୍ତାନକୁ ଜବାବ ଦେବାପାଇଁ ଭାରତୀୟ ସେନା ପ୍ରସ୍ତୁତ : ବିପିନ ରାୱତ

Spread the love

ଜମ୍ମୁ-କଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ବିଚଳିତ ପାକିସ୍ତାନ ଏବେ ଲଦାଖ ସୀମାନେ ସମରସଜ୍ଜା ଆରମ୍ଭ କରୁଛି । ସୀମା ସେପଟେ ପାକିସ୍ତାନ ସେନା ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଖଞ୍ଜୁ ଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ପାକିସ୍ତାନର ଯଦି ଭାରତ ବିରୋଧରେ କୌଣସ ଦୁଃସାହାସ କରେ, ତା’ହେଲେ ଏହାର ଦୃଢ଼ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ଆଜି ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି। ସେ କହିଛନ୍ତି, “ଯଦି ପାକିସ୍ତାନ ଏଲଓସିରେ କିଛି କରିବାକୁ ଚାହୁଁଛି, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ।

ସେମାନେ ତାଙ୍କ ଇଚ୍ଛାରେ ଏଲଓସିରେ ସମରସଜ୍ଜା କରୁଛନ୍ତି। ଆମେ ଆମ ସୁରକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିଛୁ। ନିଜ ଦେଶକୁ ସୁରକ୍ଷା ଯୋଗାଇ ଦେବାର ଅଧିକାର ସମସ୍ତଙ୍କର ରହିଛି । କିନ୍ତୁ ପାକିସ୍ତାନ ଯଦି କୌଣସି ଦୁଃସାହାସ କରେ, ତା’ହେଲେ ଏହାର ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛି । ତେଣୁ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

Tags:

Leave a Reply

Your email address will not be published. Required fields are marked *