latest

ବଢିଲା କାଳିଆ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି

Spread the love
କାଳିଆ ଯୋଜନା ଯୋଜନା ସମୀକ୍ଷା ବୈଠକରେ ଆଜି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢାଇ ଦିଆଯାଇଛି । ଏହି ଯାଞ୍ଚର ଶେଷ ତାରିଖ ଥିଲା କାଲି କିନ୍ତୁ ଏହି ଅବଧି ବୃଦ୍ଧି ହୋଇ 27ଯାଏଁ ସମୟ ଦିଆଯାଇଛି ।

ରାଜ୍ୟରେ ଅଧିକ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଉପରେ ନିର୍ଭର କରୁଛନ୍ତି । ସେମାନଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଚଳନ କରିଛନ୍ତି । କିନ୍ତୁ ଏହି କାଳିଆ ଯୋଜନାରେ ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ନାଁ ପ୍ରକାଶ ପାଇଥିଲା ସେଥିରେ ଯୋଗ୍ୟ ଚାଷୀ ବାଦ ପଡ଼ିଥିବା ବେଳେ ଅନେକ ଅଯୋଗ୍ୟ ଲାଭ ପାଇଛନ୍ତି । ତେଣୁ ଯୋଗ୍ୟ ହିାଧିକାରୀଙ୍କୁ ଖୋଜି ବାହାର କରି ତାଲିକାରେ ସାମିଲ କରିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବାକୁ ପଞ୍ଚାୟତ ,ବ୍ଲକ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇ ସମୟ ସୀମା ଦିଆଯାଇଥିଲା । କାଳିଆ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚର ଶେଷ ତାରିଖ ଥିଲା ଅଗଷ୍ଟ 14 କିନ୍ତୁ ଏହି ଅବଧି ବୃଦ୍ଧି କରାଯାଇ 27ଯାଏଁ ସମୟ ଦିଆଯାଇଛି । 

ଆସନ୍ତା 27ରେ ପଞ୍ଚାୟତ ,29ରେ ବ୍ଲକ ଓ 31ରେ ଜିଲ୍ଲାସ୍ତରରେ ଯାଞ୍ଚ ଶେଷ କରାଯିବ । କାଳିଆ ଯୋଜନା ସମୀକ୍ଷା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା 51ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ 13ଲକ୍ଷ ଯାଞ୍ଚ କରାଯାଇଛି । ଏହା ସହ ଯେଉଁ ଅଯୋଗ୍ୟ ହିତାଧିକାରୀ ଏହି ତାଲିକାରେ ସ୍ଥାନ ପାଇ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି ସେମାନେ ପରବର୍ତ୍ତୀ କାଳିଆ କିସ୍ତି ପାଇବେନି । 

Tags:

Leave a Reply

Your email address will not be published. Required fields are marked *