ରାଜ୍ୟରେ ବର୍ଷା ଓ ବନ୍ୟା ନେଲାଣି 8 ଜୀବନ : ସ୍ୱତନ୍ତ୍ର ରିଲିଫ କମିଶନର

Spread the News

ବର୍ଷା ଓ ବନ୍ୟାଜନିତ ଅଘଟଣରେ ବର୍ତ୍ତମାନ ସୁଦ୍ଧା 8 ଜଣଙ୍କ ମୃତ୍ୟୁ ହୋଇଛି  ।  ବିଭିନ୍ନ ଜିଲ୍ଲାର ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବାବେଳେ କଳାହାଣ୍ଡି ଜିଲା କାଳୀଗଙ୍ଗା ନଦୀର ଜଳସ୍ତର ବଢ଼ିଛି । ଏହି ଜିଲାର କର୍ଲାମୁଣ୍ଡାରେ ସବାର୍ଧିକ 608 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଲଗାଣ ବର୍ଷା ଯୋଗୁ  ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁ ପରିସ୍ଥିତି ଉଦ୍‌ବେଗଜନକ  ରହିଛି। ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏକ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ,   କଳାହାଣ୍ଡି ସାରଗଡ଼ ଗାଁରୁ ଅଦ୍ୟାବଧୀ 150 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ଡିଜିପଡ଼ା ଓ ଦେଉଳିପଡ଼ାରୁ 65 ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଲଗାଣ ବର୍ଷା ଯୋଗୁ ମାଲକାନଗିରିରେ ପରିସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ଯେକୌଣସି ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ  ଗୋଟିଏ NDRF ଟିମ୍‌କୁ  ପ୍ରସ୍ତୁତ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ତାସହ ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍ଆରସି ସୂଚନା ଦେଇଛନ୍ତି ।

Tags: