latest

ମହାବିଦ୍ୟାଳୟରେ ମାଓ ପୋଷ୍ଟର ଦେଖି ସମସ୍ତଙ୍କ ମନରେ କୋକୁଆ ଭୟ

Spread the love

ନୀଳଗିରି ମହାବିଦ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷଙ୍କ ରୁମ୍‌ ନିକଟରେ ଏକ  ସିପିଆଇ ମାଓ ଛାତ୍ର ସଙ୍ଗଠନ ପକ୍ଷରୁ ଲେଖାଥିବା ଏକ  ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ କଲେଜ ନିର୍ବାଚନ ବାତିଲ ଆମର ଦାବି, ଶିକ୍ଷା ବାତାବରଣ ଫେରାଇ ଆଣିବା ଆମର ଦାବି, ଶିକ୍ଷକ ରାଜନୀତି ଛାଡ଼ି ଶିକ୍ଷାଦାନ କରନ୍ତୁ ଆମର ଦାବି ଲେଖାଯିବା ସହ ନଚେତ ଆଗାମୀ ଦିନରେ ଭୟଙ୍କର ପରିଣାମ ଲାଗି ପ୍ରସ୍ତୁତ ରହ ଲେଖାଯାଇଛି  । ମଙ୍ଗଳବାର କଲେଜ ଖୋଲିବା କ୍ଷଣି ଛାତ୍ରଛାତ୍ରୀ ଏହି ମାଓ ପୋଷ୍ଟରକୁ ଦେଖି ଭୟଭୀତ ହୋଇ ଯାଇଥିଲେ।

ଅଧ୍ୟାପକ-ଅଧ୍ୟାପିକା ଏହି ଘଟଣା ବିଷୟରେ ଜାଣିବା ପରେ ଅଧ୍ୟକ୍ଷ ନୀଳଗିରି ଆଇଆଇସିଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପୋଷ୍ଟର ହଟାଇବା ସହିତ ଘଟଣାର ତଦନ୍ତ କରୁଛି।

Tags:

Leave a Reply

Your email address will not be published. Required fields are marked *