latest

ବାରମ୍ବାର ଦୁଷ୍କର୍ମ ଉଦ୍ୟମ କରୁଥିଲା ଶ୍ୱଶୁର, ଭିଡିଓ ରେକର୍ଡିଂ କରି ଥାନାରେ ଦେଇଦେଲ ବୋହୂ

Spread the love

ପୁରୀ ଜିଲ୍ଲା ସାତଶଂଖ ଅଞ୍ଚଳର ଜନୈକା ବିବାହିତା ମହିଳା ତାଙ୍କ ଶଶୁରଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ନିଜ ଶଶୁର ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବାକୁ  ଉଦ୍ୟମ କରୁଛନ୍ତି ବୋଲି ଲିଖିତ ଭାବରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଦୁଷ୍କର୍ମ ଉଦ୍ୟମର ଏକ ଭିଡିଓ କ୍ଲିପ ମଧ୍ୟ ଦାଖଲ କରିଛନ୍ତି । ଏହି ଘଟଣା ସଂପର୍କରେ ମହିଳା ନିଜ ସ୍ବାମୀ ଓ ପରିବାର ଲୋକଙ୍କୁ ଜଣାଇଲେ ମଧ୍ୟ ତାଙ୍କ କଥାକୁ କେହି ବିଶ୍ଵାସ କରୁନଥିବା ବେଳେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ତାଙ୍କୁ ଯୈାତୁକ ଆଣିବା ଲାଗି ମଧ୍ୟ ଚାପ କରାଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ 12 ବର୍ଷର ଏକ ପୁତ୍ର ସନ୍ତାନ ରହିଛି । ବାରମ୍ଵାର ଶଶୁରଙ୍କ ଦ୍ଵାରା ଏଭଳି ଆଚରଣର ଶିକାର ହୋଇଥିବା ମହିଳା ଜଣକ ଶଶୁର ତାଙ୍କ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ସମୟର ଏକ ଭିଡିଓ କ୍ଲିପିଂ ପ୍ରମାଣ ସୂରୁପ ପିପିଲି ଥାନା ଅଧିକାରୀଙ୍କୁ ଦେଇଛନ୍ତି ।

ସେପଟେ ଅଭିଯୋକୁ ଭିତ୍ତି କରି ପିପିଲି ପୋଲିସ ମାମଲା ରୁଜୁ କରିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପିପିଲି ଆଇଆଇସି। ସୂଚନାଯୋଗ୍ୟ ଯେ, 2003 ମସିହାରେ ମହିଳାଙ୍କ ବିବାହ ହୋଇଥିଲା । ତେବେ ଗତ 8 ବର୍ଷ ହେଲା ସ୍ବାମୀଙ୍କ ସହ ତାଙ୍କର ଭଲ ସମ୍ପର୍କ ନାହିଁ । ସ୍ବାମୀ  ଚାକିରି କରୁଥିବା ସ୍ଥାନରେ ରହୁଥିବାବେଳେ ସେ ଶ୍ବଶୁରଘରେ ରହୁଥିଲେ । ଏହାର ସୁଯୋଗ ନେଇ ଶ୍ବଶୁର ପ୍ରଥମେ ତାଙ୍କୁ କିଛି ଦିନ ଅଶ୍ଳୀଳ ଇଂଗୀତ ପ୍ରଦର୍ଶନ କରିଥିଲେ । ଏହାପରେ ସେ ଗାଧୋଇବାକୁ ଯାଇଥିବାବେଳେ ସ୍କାଏ ଲାଇଟ ଫାଙ୍କରୁ ତାଙ୍କୁ ଦେଖୁଥିଲେ । 

ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ କହିଲେ ମଧ୍ୟ କେହି ବିଶ୍ବାସ କରୁନଥିଲେ ।  ସେ ଏମିତି କରୁଥିବା କେହି ବିଶ୍ବାସ କରୁନଥିବାରୁ ସ୍ବଶୁରଙ୍କ ସାହସ ଆହୁରି ବଢିଥିଲା । ସେ କିଛି ଦିନତଳେ ତାଙ୍କୁ ଭିଡି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ମହିଳା କୌଣସି ମତେ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ପୁଣି ଗତ 8 ତାରିଖରେ ସମାନ ଭାବେ ଶ୍ବଶୁର ତାଙ୍କ ପ୍ରକୋଷ୍ଠକୁ ଆସି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିଲେ । ମହିଳା ଏଥର କିନ୍ତୁ ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରିଥିଲେ । ଏହି ଭିଡିଓ କ୍ଲିପିଂ ସେ ପୋଲିସ ଥାନାରେ ଦାଖଲ କରିବାପୂର୍ବରୁ ଏକ ଥାନାରେ ପୋଲିସ ଅଧିକାରୀ ଥିବା ନିଜ ଦିଅରଙ୍କୁ ମଧ୍ୟ ଦେଖାଇଥିଲେ । ତେବେ ଏକଥା କାହାକୁ ନକହିବା ପାଇଁ ତାଙ୍କୁ ଦିଅର ତାଗିଦ କରିଥିଲେ । କଥା ପ୍ରଘଟ କଲେ ଜୀବନ ପ୍ରତି ବିପଦ ଥିବା ମଧ୍ୟ ଧମକ ଦେଇଥିଲେ । ଏହାପରେ ଅନନ୍ୟୋପାୟ ହୋଇ ସେ ପୋଲିସର ଆଶ୍ରୟ ନେବା ସହ ଦୋଷୀମାନଙ୍କୁ ଦଣ୍ଡ ଦେବା ଲାଗି କହିଛନ୍ତି ।

Tags: