latest

ପୋଲିସ ପଦକ ଘୋଷଣା: ଓଡ଼ିଶାରୁ11ଜଣ ପାଇବେ ରାଷ୍ଟ୍ରପତି ପଦକ

Spread the love
ଚଳିତ ବର୍ଷ ସ୍ୱାଧିନତା ଦିବସ ଅବ୍ୟହତ ପୂର୍ବରୁ ପୋଲିସ ପଦକ ଘୋଷଣା କରାଯାଇଛି । ଏହି ପଦକରେ ଓଡ଼ିଶାର ମୋଟ 23ଜଣ ପୋଲିସ କର୍ମଚାରୀ ପୋଲିସ ସାହାସିକତା ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି । 

ଆସନ୍ତା କାଲି 73ତମ ସ୍ୱାଧିନତା ଦିବସ । ସ୍ୱାଧିନତା ଦିବସ ଅବସରରେ ପୋଲିସ ପଦକ ତାଲିକା ଘୋଷଣା କରାଯାଇଛି । ଅଗ୍ନି ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ 11ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ । କ୍ରାଇମବ୍ରାଞ୍ଚ ଡିଏସପି ପ୍ରମୋଦ ରଥଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ସେହିପରି ଭିଜିଲାନ୍ସ ଏଏସଆଇ ଶିବ ନାରାୟଣ ରଥଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଅଗ୍ନି ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଭାରତ ଭୂଷଣ ନାୟକ ଏହି ପୁରସ୍କାର ପାଇବେ । ପ୍ରଶଂସନୀୟ ସେବା ପାଇଁ ତ୍ରିଲୋକ କୁମାର ବାବୁ, ଗୁଣଧର ଜେନା, ଦୟାନିଧି ମିଶ୍ର, ନିରଞ୍ଜନ ମନ୍ତ୍ରୀ, ବିଜୟ ନାରାୟଣ ପଣ୍ଡା ଓ ସର୍ବେଶ୍ୱର ମହାରଣା ଏବଂ  ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଅରୁଣ କୁମାର ଜେନା, ଏନ ରାଜେନ୍ଦ୍ର ଦୋରା, ରମେଶ ଚନ୍ଦ୍ର ମହାନ୍ତି ଏବଂ ଲିଲି ପୃଷ୍ଟିଙ୍କୁ ଏହି ପଦ ମିଳିବ ।

ଚଳିତ ବର୍ଷ 56 ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ ସେବା କ୍ଷେତ୍ରରେ ପୁରସ୍କୃତ କରାଯିବ । ଏଥିମଧ୍ୟରୁ ବୀରତା ପାଇଁ ଜଣଙ୍କୁ, ବିଶେଷ ସେବା ପାଇଁ 8 ଜଣଙ୍କୁ ଏବଂ ପ୍ରଶଂସନୀୟ ସେବା ପାଇଁ 47 ଜଣଙ୍କୁ ପୁରସ୍କୃତ କରାଯିବ । ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ 44 ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ଏମାନଙ୍କ ମଧ୍ୟରୁ ବିଶେଷ ସେବା ପାଇଁ 8 ଜଣ ଏବଂ ପ୍ରଶଂସନୀୟ ସେବା ପାଇଁ 36 ଜଣ ରାଷ୍ଟ୍ରପତିଙ୍କ ଠାରୁ ପଦକ ପାଇବେ ।

Tags:

Leave a Reply

Your email address will not be published. Required fields are marked *