ରାଜସ୍ଥାନର ବଂଶଓ୍ୱାଡା ଜିଲ୍ଲାରେ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ଏକ ଗାଁ ରେ ଗତ 14 ଜୁଲାଇ ଦିନ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ନାମ ପ୍ରଭୁ ବୋଲି ଜଣାଯାଇଛି। ପ୍ରକାଶ ଥାଉକି, ଏହି ଆତ୍ମହତ୍ୟାର କାରଣ ଗଣଦୁଷ୍କର୍ମ । ସୂଚନା ଅନୁସାରେ, ଗତ ଜୁଲାଇ 13 ତାରିଖ ଦିନ ପ୍ରଭୁ ଓ ପୀଡିତା ମିନା ( ଛଦ୍ମନାମ) ଦୁଇଜଣ ବୁଲିବାକୁ ଯାଇଥିଲେ । ପ୍ରଭୁ ଓ ମୀନା ଦୁଇଜଣ ପତି- ପତ୍ନୀ । ଦୁହେଁ ଫରିବା ବେଳକୁ ରାତି ହୋଇଯାଇଥିଲା । ଫେରିବା ବାଟରେ ଗାଁ ଠାରୁ କିଛି ଦୂରରେ ତିନିଜଣ ବ୍ୟକ୍ତି ତାଙ୍କୁ ଅଟକାଇ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ ।
ଆକ୍ରମଣର ଶିକାର ହେବାପରେ ଦୁହେଁ ଗୁରୁତର ହୋଇଯାଇଥିଲେ । ପରେ ମୀନାକୁ ଏକ ବୋଦାମୂଳକୁ ନେଇ ତିନିଜଣ ଗଣଦୁଷ୍କର୍ମ କରିବା ପରେ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ । ସେଠାରେ ସାରା ରାତି ଆଉ ଦୁଇଜଣ ଦୁଷ୍କର୍ମ କରିଥିଲେ । ରାତିରେ ପୀଡିତାଙ୍କୁ 5ଜଣ 11 ଥର ଦୁଷ୍କର୍ମ କରିଥିବା ପ୍ରକାଶ । ସକାଳ ହେବାରୁ ଦୁହିଁଙ୍କୁ ଏକ ରାସ୍ତା କଡରେ ଫିଙ୍ଗିଦେଇଥିଲେ । କୌଣସି ମତେ ଜୀବନ ବଞ୍ଚାଇ ଥାନାରେ ସମସ୍ତ ଘଟଣା କହିଥିଲେ । ପୁଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି । ଏହାପରେ ପ୍ରଭୁ ପତ୍ନୀ ମୀନାକୁ ଗାଁରେ ଛାଡି ଆତ୍ମହତ୍ୟା କରିଦେଇଥିବା ପୁଲିସ କହିଛି । ଏହି ସମୟରେ ପୀଡିତା ମିନା ଗର୍ଭବତୀ ଥିଲା । ଗଣଦୁଷ୍କର୍ମ ଯୋଗୁଁ ତାର ଗର୍ଭସ୍ଥଶିଶୁର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।