latest

ଇସ୍ରୋକୁ ଆଉ ଏକ ସଫଳତା, ଚନ୍ଦ୍ରଯାନ-2ର ‘ଚନ୍ଦ୍ରପଥ’ ପାଇଁ ଅଭିଯାନ ଆରମ୍ଭ

Spread the love

ବୁଧବାର ଇସ୍ରୋକୁ ଆଉଏକ ସଫଳତା ମିଳିଛି ।  ଚନ୍ଦ୍ରଯାଜନ-2 ପୃଥିବୀ କକ୍ଷ ଛାଡି ଚନ୍ଦ୍ରପଥ ପାଇଁ ଯାତ୍ରା ଆରମ୍ଭ କରିଛି । ଇସ୍ରୋର ବୈଜ୍ଞାନିକ ମାନେ ଏହାକୁ ଚନ୍ଦ୍ରପଥରେ ସ୍ଥାପନା କରିବା ପାଇଁ କାଲି ସକାଳୁ ଅଭିଯାନ ପ୍ରକ୍ରିୟା ଆରମ୍ଭ  କରିବେ । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସମୟାନୁସାରେ ଗୁରୁବାର ଭୋର 3-4ଟା ସମୟରେ  ଅଭିଯାନ ପ୍ରକ୍ରିୟା (ଟ୍ରାନ୍ସ ସୁନର ଇନର୍ଶନ ) କୁ ଲକ୍ଷସ୍ଥଳକୁ ପ୍ରେରଣ କରାଯିବା । ଆହୁରି ମଧ୍ୟ କୁହାଯାଇଛି ଯେ,  ଚନ୍ଦ୍ରଯାନ -2କୁ 20 ଅଗଷ୍ଟ ଚନ୍ଦ୍ର କକ୍ଷରେ ପହଞ୍ଚିଇବା ପାଇଁ ଏବଂ 7 ସେପ୍ଟେମ୍ବରକୁ ଚନ୍ଦ୍ରପୃଷ୍ଟରେ ପହଞ୍ଚାଇବା ପାଇଁ ଆଶା ରଖାଯାଇଛି ।   ଇସ୍ରୋର ଅଧ୍ୟକ୍ଷ କେ  ସିବନ କହିଛନ୍ତି 14 ଅଗଷ୍ଟ  ଭୋର 3ରୁ 4 ସମୟରେ ଆମେ ଟ୍ରାନ୍ସ ସୁନର ଇନର୍ଶନ ଲକ୍ଷସ୍ଥଳକୁ ପଠାଇବା ପାଇଁ ଆଶା ରଖିଛୁ । ଏହିଅଭିଯାଜ ପରେ  ଚନ୍ଦ୍ରଜାନ -2 ପୃଥିବୀ କକ୍ଷ ଛାଡି ଚନ୍ଦ୍ରପୃଷ୍ଟ ଆଡକୁ ଗତି କରିବ ।

 

Tags:

Leave a Reply

Your email address will not be published. Required fields are marked *