latest

ନିର୍ବାଚନ ବେଳେ କେଉଁ ଦଳ କେଉଁ ପ୍ରାର୍ଥୀଙ୍କୁ କେତେ ଟଙ୍କା ଦେଇଥିଲା ଜାଣନ୍ତୁ

Spread the love

ଗତ ସାଧାରଣ ନିର୍ବାଚନରେ  ପ୍ରାର୍ଥୀମାନେ କେତେ ଖର୍ଚ୍ଚ କଲେ, ଦଳ କେତେ ଦେଲା ଏହାର ହିସାବ କିତାବ ଏବେ ଚାଲିଛି । କେବଳ ବିଜେଡି ତାର ଖର୍ଚ୍ଚ ଘୋଷଣା କରିଥିବା ବେଳେ ବିଜେପି, କଂଗ୍ରେସ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ କେଉଁ ଦଳର ପ୍ରାର୍ଥୀ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟର ୩ ପ୍ରମୁଖ ଦଳଙ୍କ ଭିତରୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀଙ୍କୁ କେତେ ଟଙ୍କା ଖର୍ଚ୍ଚ ପାଇଁ ଦେଇଛନ୍ତି ସେନେଇ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଜଣାଇ ନାହାଁନ୍ତି ।

ବିଜେଡି ଯେଉଁ ତଥ୍ୟ ଦେଇଛି ସେଥିରୁ ଜଣାପଡିଛି ସବୁ ବିଧାୟକ ପ୍ରାର୍ଥୀଙ୍କୁ ଦଳ ୨୦ ଲକ୍ଷ ଏବଂ ସାଂସଦ ପ୍ରାର୍ଥିଙ୍କୁ ୫୦ ଲକ୍ଷ ନିର୍ବାଚନ ଖର୍ଚ୍ଚ ଦିଆଯାଇଛି । କ୍ୟାସରେ ନୁହଁ ବରଂ ଚେକ୍, ଡ୍ରାଫ୍ଟ କିମ୍ବା ଆରଟିଜିଏସ ମାଧ୍ୟମରେ ଦିଆଯାଇଛି । ତେବେ ଚର୍ଚ୍ଚା ହେଉଛି ଯେ ଏହା ହାତୀର ଦେଖାଇବା ଦାନ୍ତ । ମାନେ ଉଡ଼ିଛି କୋଟି କୋଟି ଦେଖାଯାଉଛି ଲକ୍ଷ ଲକ୍ଷ। ତାପରେବି କିଛି ନେତା କହୁଛନ୍ତି ପାର୍ଟି ଯାହା ଦେଇଥିଲା ସେଥିରୁ ବହୁ ଅର୍ଥ ସେମାନଙ୍କର ବଳିଗଲା। କିଛି କହୁଛନ୍ତି ଦଳ ଯାହା ଦେଇଥିଲା ସେଥିରେ ନିଜପାଣ୍ଠି ବି ମିଶିଛି । କଂଗ୍ରେସ ଓ ବିଜେପି ଲିଖିତ ଭାବେ ନିର୍ବାଚନ କମିଶନଙ୍କୁ ପାର୍ଥୀଙ୍କ ଖର୍ଚ୍ଚ ବାବଦରେ ଅବଗତ କରାଇନାହାନ୍ତି । ପ୍ରାର୍ଥିମାନେ ଯେଉଁ ଆଫିଡେଭିଟ ଦେଇଛନ୍ତି ସେଥିରେ ଖର୍ଚ୍ଚ ଦର୍ଶାଇଛନ୍ତି ।

ବିଜେପି ବିଧାୟକ ପ୍ରାର୍ଥୀମାନେ ଦଳଠାରୁ ୧୫ ଲକ୍ଷ ଏବଂ ସାଂସଦ ପ୍ରାର୍ଥୀମାନେ ୪୦ ଲକ୍ଷ ଖର୍ଚ ବାବଦକୁ ନେଇଛନ୍ତି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି । ସେହିଭଳି କଂଗ୍ରେସର ସାଂସଦ ପ୍ରାର୍ଥିମାନେ ଦଳଠାରୁ ୬୦ଲକ୍ଷ ଏବଂ ବିଧାୟକ ପ୍ରାର୍ଥିମାନେ ୨୦ ଲକ୍ଷ ଲେଖାଏଁ ନେଇଥିବା ଦର୍ଶାଇଛନ୍ତି ।  ୨୦୧୯ ନିର୍ବାଚନରେ ସାଂସଦ ପ୍ରାର୍ଥି ୫୦ରୁ ୭୦ ଲକ୍ଷ ଏବଂ ବିଧାୟକ ପ୍ରାର୍ଥି ୨୦ ରୁ ୨୮ ଲକ୍ଷ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ନର୍ଦ୍ଦେଶ ଥିଲା । ସେଣ୍ଟର ଫର ମିଡିଆ ଷ୍ଟଡିଜର ରିପୋର୍ଟ ଅନୁସାରେ ୧୯ ନିର୍ବାଚନରେ ୫୦ ହଜାର କୋଟିରୁ ଅଧିକ ଅର୍ଥ ହୋଇଛି । ସେହି ଅନୁଯାୟୀ ଓଡ଼ିଶାରେ କେତେ ଖର୍ଚ୍ଚ ହୋଇଥିବ ତାହା ଅନୁମାନ କରିହେଉଥିବ। 

Tags:

Leave a Reply

Your email address will not be published. Required fields are marked *