latest

ପାକିସ୍ତାନ ସ୍ୱାଧୀନତା ଦିବସରେ ପାକ୍ ରାଷ୍ଟ୍ରପତି ଦେଲେ ଯୁଦ୍ଧର ଧମକ୍

Spread the love

ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏବେ ପାକିସ୍ତାନ ସବୁଠାରୁ ଦୁଃଖରେ ଦିନ କାଟୁଛି । ଏହାର ଏକ ଝଲକ ପାକ୍ ସ୍ୱାଧୀନତା ଦିବସ ଅବସରରେ ଦେଖିବାକୁ ମିଳିଥିଲା । ପାକ୍ ରାଷ୍ଟ୍ରପତି ଆରିଫ ଏହି ଅବସରରେ ଭାଷଣ ଦେଉଥିବା ସମୟରେ କେବଳ କାଶ୍ମୀର ଉପରେ କହିଥିଲେ । ସେ ଭାରତ  ବିରୋଧରେ ସବୁଠାରୁ ବଡ ଯୁଦ୍ଧ ଆରମ୍ଭ କରିବାକୁ ପାକିସ୍ତାନ ଜନତାଙ୍କୁ ନିବେଦନ କରିଛନ୍ତି । ଦୁଃଖରେ ପଡିଲେ ମିଣିଷ ବିଭିନ୍ନ ସମୟରେ ହିତାହିତ ଜ୍ଞାନ ଭୁଲି ଭୁଲ କରିବସେ । ଏହା ଦେଖିବାକୁ ମିଳିଥିଲା ଆଜି ପାକ୍   ରାଷ୍ଟ୍ରପତି ଆରିଫଙ୍କ ନିକଟରେ ।

ପଢନ୍ତୁ ପାକ୍ ରାଷ୍ଟ୍ରପତି ଆରିଫଙ୍କ ଭାଷଣ-

ଭାରତୀୟ ସୈନିକ ଅନେକ ଥର ପାକିସ୍ତାନ ସୈନ୍ୟକୁ ପରାସ୍ତ କରିସାରିଛି । ଭାରତ ସୈନ୍ୟଙ୍କ ଠାରୁ ସବୁଥର ଯୁଦ୍ଧରେ ପରାସ୍ତ ହୋଇଛି । ଅନ୍ୟପକ୍ଷରେ ପାକିସ୍ତାନ ଭାରତ ସୈନ୍ୟଙ୍କ ଶକ୍ତି ସାମର୍ଥ୍ୟ ଜାଣିଛି ।  ପାକିସ୍ତାନ ଭଲ ଭାବରେ ଜାଣିଛି ଯେ ହତିଆର ଯୁଦ୍ଧରେ ପାକିସ୍ତାନ କେବେବି ଭାରତ ସହ ଯୁଦ୍ଧରେ ଜିତିପାରିବ ନାହିଁ ।

  • ପାକିସ୍ତାନ ଜନତାଙ୍କୁ ଅପିଲ କରି ଆରିଫ୍ କହିଛି ଯେ, କାଶ୍ମୀର ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଭାରତ ବିରୋଧରେ ଭୟାନକ ପୋଷ୍ଟ କରନ୍ତୁ ।  ଦୁନିଆକୁ ସେହି ଫଟୋ ଦେଖାଯାଉ ଯାହା କାଶ୍ମୀରରେ  ହେଉଛି ।
  • ଆମେ ସଂଯୁକ୍ତ ରାଷ୍ଟ୍ର ପରିଷଦକୁ ନିବେଦନ କରୁଛୁ ଯେ ସେ ଯାଞ୍ଚ କମିଟି କାଶ୍ମୀର ପଠାନ୍ତୁ ।
  • ଆଜିର ଦିନ କାଶ୍ମୀରବାସୀଙ୍କ ପାଇଁ ବହୁତ ମହତ୍ତପୂର୍ଣ୍ଣ ଦିନ । ଆଜି ପୁରା ପାକିସ୍ତାନ ନିଜ ଭାଇମାନଙ୍କସହ ଛିଡା ହୋଇଛି । ଆମେ କାଶ୍ମୀର ବାସୀଙ୍କ ଅସୁବିଧାକୁ ବୁଝୁଛୁ ।
  • ଭାରତ ଏକ ତରଫା ଫୈସଲା କରି  କେବଳ ପାକିସ୍ତାନ ବିରୋଧରେ ଷଡଯନ୍ତ୍ର କରିନି ବରଂ ସିମଲା ବୁଝାମଣାକୁ ଗୋଡରେ ଆଡେଇ ଦେଇଛି ।
  • ସିମଲା ବୁଝାମଣାରେ ସ୍ଥିର ହୋଇଥିଲା ଯେ କାଶ୍ମୀର ମାମଲାକୁ ଭାରତ ଓ ପାକିସ୍ତାନ ଦୁହେଁ ମିଶି ସମାଧାନ କରିବେ । ଭାରତ କାଶ୍ମୀର ପ୍ରସଙ୍ଗକୁ ଏକ ତରଫା ନେଇ  ସିମଲା  ବୁଝାମଣା ନିୟମକୁ ଉଲ୍ଲଂଘନ କରିଛି । ତେଣୁ ପାକିସ୍ତାନ ଜନତା ଏହା ବିରୋଧରେ ଏକ ହୋଇ ସ୍ୱରଉତ୍ତୋଳନ କରନ୍ତୁ । ସୋସିଆଲ ମିଡିଆରେ  କାଶ୍ମୀରବାସୀଙ୍କ ପରିସ୍ଥିତିକୁ   ପୋଷ୍ଟ କରନ୍ତୁ ।

Tags:

Leave a Reply

Your email address will not be published. Required fields are marked *