latest

440 ଲୋକଙ୍କୁ ସୁନାମୁଦି ବାଣ୍ଟିଲେ ସାଉଥ ସୁପରଷ୍ଟାର

Spread the love

400 ଲୋକଙ୍କୁ ସୁନା ମୁଦି ବାଣ୍ଟିଛନ୍ତି ସାଉଥ୍ ସୁପରଷ୍ଟାର୍ ଜୋସେଫ୍ ବିଜୟ ଚନ୍ଦ୍ରଶେଖର। ଆଉ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ବିଜୟଙ୍କ ଅପ୍‌କମିଙ୍ଗ୍ ଫିଲ୍ମର ନାଁ ‘ବିଗିଲ’। ଯେଉଁ 400 ଲୋକଙ୍କୁ ସେ ସୁନା ମୁଦି ଦେଇଛନ୍ତି, ସେମାନେ ସମସ୍ତେ ଏହି ଫିଲ୍ମର କ୍ର୍ୟୁ ମେମ୍ବର। ଏ ସଂପର୍କରେ ସେତେବେଳେ ଜଣାପଡ଼ିଲା ଯେତେବେଳେ ଏହି ଫିଲ୍ମର ଟିମ୍‌ର ସଦସ୍ୟମାନେ କିଛି ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଶେଆର୍‌ କଲେ। ଶେଆର୍ କରାଯାଇଥିବା ଏକ ଭିଡିଓରେ ବିଜୟ ଫିଲ୍ମର କ୍ର୍ୟୁ ମେମମ୍ବରଙ୍କୁ ଜଣ ଜଣ କରି ମୁଦି ବାଣ୍ଟୁ ଥିବା ଦେଖିବାକୁ ମିଳିଛି ।

ଯେଉଁ ବ୍ୟକ୍ତି ଜଣଙ୍କ ଏହି ଦୃଶ୍ୟକୁ ନିଜ ମୋବାଇଲ୍ ଫୋନ୍ କ୍ୟାମେରାରେ ରେକର୍ଡ କରୁଥିଲେ ସେ ନିଜ ଆଙ୍ଗୁଠିରେ ପିନ୍ଧିଥିବା ସୁନା ମୁଦିକୁ ବି ଦେଖାଉଛନ୍ତି, ଯାହା ବିଜୟ ତାଙ୍କୁ ଦେଇଥିଲେ। ଏହି ମୁଦିରେ ଇଂରାଜୀରେ ଫିଲ୍ମର ନାଁ ‘BIGIL’ ଲେଖାଯାଇଥିବା ଦେଖିବାକୁ ମିଳିଛି ଅଗଷ୍ଟ 13ତାରିଖରେ ଅର୍ଥାତ୍ ଗତକାଲି ‘ବିଗିଲ’ରେ ବିଜୟଙ୍କର ଶୁଟିଂ ଶେଷ ହୋଇଥିଲା। ତା’ପରେ ସେ ଏ ଫିଲ୍ମ ସହିତ ଜଡ଼ିତ ସମସ୍ତ କ୍ର୍ୟୁ ମେମମ୍ବରଙ୍କୁ ଧନ୍ୟବାଦ୍ ଦେବା ସହିତ ସୁନା ମୁଦି ବାଣ୍ଟିଥିଲେ।

Leave a Reply

Your email address will not be published. Required fields are marked *