latest

ଜେଲରେ ସଜା କାଟୁଥିଲା ଯୁବକ, ଡେଟ୍ କରିବା ପାଇଁ ତିହାଡରେ ପହଞ୍ଚିଲେ ପ୍ରେମିକା

Spread the love

ଜେଲ୍ କଥା ଶୁଣିଲେ ମନରେ ଏକପ୍ରକାର ଭୟ ସୃଷ୍ଟିହୁଏ  । ଯଦି ସେହି ଜଲରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଡେଟ କରିବାକୁ ପହଞ୍ଚିବ ତାହା କେହି ସହଜରେ ବିଶ୍ୱାସ କରିପାରିବେ ନାହିଁ । ହିଁ ଏକଥା ସତ । ଭାରତର ସବୁଠାରୁ ସୁରକ୍ଷିତ ଜେଲ ତିହାଡ ଜେଲରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଡେଟ କରିବା ପାଇଁ ପହଞ୍ଚିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
ଏକ ହତ୍ୟା ମାମଲାରେ ତାଙ୍କ ପ୍ରମିକ ତିହାଡ ଜେଲରେ ସଜା କାଟୁଛନ୍ତି । ଦିଲ୍ଲୀର ଉତ୍ତମ ନଗର ନିବାସୀ ହେମନ୍ତ ଶର୍ମା ସଜା କାଟୁଥିବା ବେଳେ ତାଙ୍କ ପ୍ରେମିକା ସେଠାରେ ପହଞ୍ଚି ତାଙ୍କ ସହ ଡେଟ କରୁଥିବା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଜେଲ ସୁପରିଟେଣ୍ଡଣ୍ଟଙ୍କ ଅଫିସରେ । ଏକଥା ଲୋକଲୋଚନକୁ ଆସିବା ପରେ ଜେଲ ମହାନିର୍ଦ୍ଦେଶକ ଏହି ମାମଲାର ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ।  ମଙ୍ଗଳବାର ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଖବର ସରବରାହ ସଂସ୍ଥା ଆଇଏନଏସର  ସୂଚନା ମୁତାବକ ତିହାଡ ଜେଲର ମାହନିର୍ଦ୍ଦେଶକ ସନ୍ଦୀପ ଗୋଏଲଙ୍କ କହିବା ଅନୁସାରେ ଜେଲର ଉପମହାନିର୍ଦ୍ଦେଶକ ରାଜେଶ ଚୋପଡାଙ୍କୁ କମିଟିର ପ୍ରମୁଖ କରିଛନ୍ତି । ଶ୍ରୀ ଗୋଏଲ କହିଛନ୍ତି ଏହା ବହୁତ ବଡ ଅବହେଳା ହୋଇଛି । ଏହି ଘଟଣାରେ କିଏ ଦୋଷୀହେବେ ରିପୋର୍ଟ ଆସିବା ପରେ ଜଣାପଡିବା । ଏହି ଘଟଣାରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେମିତି ଏପ୍ରକାର ଭୁଲ କେହି କରିବା ପାଇଁ ସାହସ କରିବେ ନାହିଁ ।

Tags:

Leave a Reply

Your email address will not be published. Required fields are marked *