latest

ଜାଳିଦେଲେ ବର୍ଣ୍ଣବୋଧ, ସୋସିଆଲ ମିଡିଆରେ ଭାଇରାଲ

Spread the love

ଓଡ଼ିଆ ସାହିତ୍ୟର କାଳଜୟୀ ‘ଛବିଳ ମଧୁ ବର୍ଣ୍ଣବୋଧ’ ପୋଡା ଯାଇଥିବା ଏକ ଛବି ସୋସିଆଲ ମିଡିଆ ଫେସବୁକରେ ଭାଇରାଲ ହୋଇଛି ।  ଓଡିଶା ଭାଷା ସାହିତ୍ୟକୁ ଜାବୁଡି ଧରିଥିବା ଏହି ଆଦରର ପୁସ୍ତକକୁ ପୋଡିଛନ୍ତି କିଛି ଅସାମାଜିକ, ନବଚକ୍ରାନ୍ତକାରୀ ଗୋଷ୍ଠୀର ଲୋକେ । ଏହି ଘଟଣା ପରେ ଅନେକ ଓଡିଆ ଭାଷା ପ୍ରେମୀ, ସାହିତ୍ୟିକ ଓ ବୁଦ୍ଧୀଜୀବୀ ନିନ୍ଦା କରିଛନ୍ତି ଏହାକୁ । ଏହି ଭିଡିଓଟି ‘KosaliSahitya.IN’ ନାମକ ଫେସବୁକ୍‍ ପେଜ୍‌ରେ ପୋଷ୍ଟ କରାଯାଇଥିଲା । ଯାହାର ପ୍ରୋଫାଇଲ ଫଟୋରେ ପଦ୍ମଶ୍ରୀ ହଳଧର ନାଗଙ୍କ ଛବି ରହିଥିଲା । ଭିଡିଓ ପୋଷ୍ଟ କରାଯିବା ସହ ‘କୋସଲରେ କୋସଲି ଚଲବା, ଉଡ଼ିଆ ନାଇଁ’ ଲେଖାଯିବା ସହ ତଳେ ୟୁଟ୍ୟୁବର ଲିଙ୍କ୍‌କୁ ଦିଆଯାଇଥିଲା

ଏହି ଘଟଣାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଥିଲା କୋଶଳୀ ଭାଷାକୁ ସ୍ଵତନ୍ତ୍ର ଭାଷା କରିବା ଆନ୍ଦୋଳନର ଅନ୍ୟତମ ନାୟକ ପଦ୍ମଶ୍ରୀ ହଳଧର ନାଗଙ୍କ ଫ୍ରୋଫାଇଲ ଫଟୋ । ତାଙ୍କର କିଛି ସମର୍ଥକ ଏହି କାମ କରିଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ଏହି ଭଳି ନିନ୍ଦନୀୟ ଘଟଣା କଣ ହଳଧର ନାଗଙ୍କ ଜାଣତରେ ହୋଇଥଲା କି ? ଫେସ୍‌ବୁକ ପେଜରେ ସଦ୍ୟ ଅପଲୋଡ୍‌ କରାଯାଇଥିବା ଏକ ଭିଡିଓରେ ହଳଧର ନିଜେ ଏହି ଘଟଣାକୁ ଧିକ୍କାର କରିବା ସହ ତୀବ୍ର ନିନ୍ଦା କରିଛନ୍ତି । ଏହା ତାଙ୍କୁ ନିନ୍ଦିତ କରିବା ପାଇଁ ଏକ ଚକ୍ରାନ୍ତ ବୋଲି କହିଛନ୍ତି । ବର୍ଣ୍ଣବୋଧ ପୋଡିବା ଘଟଣା ବିଷୟରେ ସାମାନ୍ୟତମ ସୂଚନା ପାଇନଥିବା କହିବା ସହ ଏନେଇ ତାଙ୍କର କୌଣସି ପ୍ରକାର ସମ୍ପୃକ୍ତି ନଥିବା ନେଇ ସେ ସ୍ପଷ୍ଟ କରିଛନ୍ତି ।

Tags: