ବିଶ୍ୱରେ କେଉଁ ଖେଳରେ ଅଧିକ ଅର୍ଥ ସେ ନେଇ ପ୍ରାୟତଃ ତର୍କ ଜାରି ରହିଛି। ତେବେ ସବୁ ତର୍କ ବୁଲି ବୁଲି ପେଷାଦାର ବକ୍ସିଂ ରେ ପହଞ୍ଚୁଥିବା ବେଳେ ଏହି ଏକ ଖେଳ ଯେଉଁଠି ଖେଳାଳିଙ୍କୁ ପ୍ରଚୁର ଅର୍ଥ ମିଳିଥାଏ ବୋଲି ସମସ୍ତେ ସ୍ୱୀକାର କରନ୍ତି। ଏଥିରେ ଏକଦା ବିଶ୍ୱ ଚାମ୍ପିୟନ ବକ୍ସର ମାଇକ୍ ଟାଇସନ ତାଙ୍କ ଗଞ୍ଜେଇ ନିଶା ପାଇଁ ହେଉଥିବା ଖର୍ଚ୍ଚ ସମ୍ପର୍କରେ ଖୋଲାଖୋଲି କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୫୩ ବର୍ଷ ବୟସ୍କ ଏହି ବକ୍ସର ମାସକୁ ୪୦ ହଜାର ଡଲାର କେବଳ ଗଞ୍ଜେଇ ଫୁଙ୍କି ଦେଉଥିବା କହିଛନ୍ତି। ଟାଇସନଙ୍କ ଏଭଳି ବୟାନ ମିଡିଆରେ ଭାଇରାଲ ହେବା ପରେ ଏ ନେଇ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ମନ୍ତବ୍ୟ ମିଳିବାରେ ଲାଗିଛି। ପେଷାଦାର ବକ୍ସିଂରୁ ଅନେକ ଦିନରୁ ଟାଇସନ ଅବସର ନେଇସାରିଲେଣି। ରିଂରୁ ବିଦାୟ ନେବା ପରେ ସେ ଏବେ କାଲିଫର୍ଣ୍ଣିଆରେ ବ୍ୟବସାୟ କରିବା ସହ ବସବାସ ବି କରୁଛନ୍ତି । ଆମେରିକାର ଏହି ରାଜ୍ୟରେ ଗଞ୍ଜେଇ ଉପରେ କୌଣସି ରୋକଠୋକ ନାହିଁ। ଏଣୁ ଟାଇସନଙ୍କୁବେଶ ସୁହାଇଛି ଏହି ସ୍ଥାନ। ମାସିକ ତାଙ୍କର ଗଞ୍ଜେଇ ବାବଦ ଖର୍ଚ୍ଚ ପ୍ରାୟ ୪୦ ହଜାର ଡଲାର ପାଖାପାଖି ହେଉଥିବା ବେଳେ ଏହାକୁ ଭାରତୀୟ ଟଙ୍କାରେ କନଭର୍ଟ କରିଦେଲେ ପ୍ରାୟ ୨୮ ଲକ୍ଷ ଟଙ୍କା ସେ ଗଞ୍ଜେଇ ଧୁଆଁରେ ଫୁଙ୍କିଦେଉଛନ୍ତି।
ବ୍ରିଟେନ ସହିତ ପୋଡକାଷ୍ଟରେ କଥା ହେଉଥିବା ବେଳେ ଟାଇସନ ଏହା କହିଛନ୍ତି। ଏହାର ଜବାବରେ ବ୍ରିଟେନ ବାସୀ ମାସକରେ ପ୍ରାୟ ୧୦ ଟନ ଗଞ୍ଜେଇ ଫୁଙ୍କିଦେଉଥିବା କହିଥିଲେ। ତେବେ ସେମାନଙ୍କୁ ଏହା ପାଗଳାମୀ ନୁହେଁ କି ବୋଲି ଟାଇସନ ପ୍ରଶ୍ନ କରିଥିବା ବେଳେ ହରଦମ ନିଶା ପାଇଁ ଏତେ ପରିମାଣର ଗଞ୍ଜା ସେବନ କରୁଥିବା ବ୍ରିଟେନବାସୀ କହିଛନ୍ତି। ଏକ ସମୟରେ ଟାଇସନ ବକ୍ସିଂପାଇଁ ପାଗଳ ଥିଲେ। ଏବେ ଗଞ୍ଜେଇ ଟାଣିବା ଦିନଠାରୁ ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ ବୋଲି କହିଛନ୍ତି। ହେଲେ ନୂଆ ନୂଆ ଖେଳରୁ ଅବସର ନେବା ପରେ ସେ ଆର୍ଥାରାଇଟସ୍,ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ସାଙ୍ଗକୁ ଉଚ୍ଚ ରକ୍ତଚାପ ମଧ୍ୟ ଭୋଗୁଥିଲେ। ଏଣୁ ଡାକ୍ତର ଡାଙ୍କୁ ଶାକାହାର ନିମନ୍ତେ ପରାମର୍ଶ ଦେଇଥିଲେ। ସେ ଶାକାହାରୀ ହେବା ପରଠାରୁ ତାଙ୍କର ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାଦୂର ହୋଇଯାଇଥିବା ବେଳେ ଗଞ୍ଜେଇ ବଦଭ୍ୟାସ ହୋଇଯାଇଥିବା କହିଛନ୍ତି।