latest

କ୍ୟାମେରା ଆଗରେ ନଗ୍ନ ହେଲେ ମହିଳା କ୍ରିକେଟର

Spread the love

ଇଂଲଣ୍ଡର ଜନୈକା ମହିଳା କ୍ରିକେଟର ସୋସାଲ ମିଡିଆରେ ଏକ  ନଗ୍ନ ଫଟୋ ଅପଲୋଡ କରି ଏବେ ଚର୍ଚ୍ଚାରେ ।  ଏହି କ୍ରିକେଟର ହେଉଛନ୍ତି ସାରା ଟେଲର।  ସାରା ନିକଟରେ କ୍ୟାମେରା ଆଗରେ ସମ୍ପୂର୍ଣ୍ଣ ନଗ୍ନ ହୋଇ ଫଟୋ ଉଠାଇବା ପରେ ସେହି ଫଟୋକୁ ତାଙ୍କ ଇନଷ୍ଟା  ପେଜରେ ଅପଲୋଡ କରିଛନ୍ତି । ଇଂଲଣ୍ଡ ଓମେନସ୍ ଟିମର ୱିକେଟ କିପର ଭାବେ ସାରା ଅନେକ ରେକର୍ଡର ଅଧିକାରିଣୀ । ଦେଖିବାକୁ ଯେପରି ସୁନ୍ଦର ତାଙ୍କର କ୍ରିଡା ନୈପୂଣ୍ୟତା ବି ଠିକ୍ ସେହିପରି । ଏଣୁ ସାରା ବିଶ୍ୱରେ ତାଙ୍କର ଢେର ଫ୍ୟାନସ ବି ଅଛନ୍ତି। ହେଲେ କେବେ ବିବାଦରେ ନଥିବା ସାରା ହଠାତ ଚର୍ଚ୍ଚାକୁ ଆସିବା ସମସ୍ତଙ୍କୁ ଚକିତ କରିଛି ।

ତାହା ବି ତାଙ୍କ ନ୍ୟୁଡ ଫଟୋ ଲାଗି । ଏଥିପାଇଁ ସାରା ଏକ କମେଣ୍ଟ ବି ଲେଖିଛନ୍ତି । ତାକୁ ପଢିବା ପରେ ତାଙ୍କ ଫଟୋଟିକୁ କେହି ନ୍ୟୁଡ ବୋଲି କହି ପାରିବେନି ବରଂ ସାରାଙ୍କ ପାଇଁ ସମସ୍ତଙ୍କ ମନରେ ନୂଆ ଶ୍ରଦ୍ଧା ଉଦ୍ରେକ କରୁଛି । ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସମଗ୍ର ବିଶ୍ୱରେ ଚଳାଯାଇଥିବା ଅଭିଯାନରେ ସାରା ନିଜକୁ ସାମିଲ କରିଛନ୍ତି । ଏଥିପାଇଁ ସେ ନ୍ୟୁଡ ଫଟୋସୁଟ୍ କରିବା ସହ ସୋସାଲ ମିଡିଆରେ ଅପଲୋଡ କରି କମେଣ୍ଟ ଛାଡିଛନ୍ତି । ନିଜେ ଜଣେ ମହିଳା ହୋଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଥିବା ଏଥିରେ ଉଲ୍ଲେଖ କରିଛନ୍ତି । ଏଭଳି ଫଟୋ ଅପଲୋଡ କରି ମୋତେ ଭଲ ଲାଗୁନଥିବା ସେ ଲେଖିଥିବା ବେଳେ କିନ୍ତୁ ଅଭିଯାନରେ ସାମିଲ ହୋଇଥିବାରୁ ନିଜକୁ ଧନ୍ୟମନେ କରୁଥିବା ଲେଖିଛନ୍ତି।

Tags: