୫ ଶିଶୁ ଶ୍ରମିକ ଉଦ୍ଧାର

Spread the love

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଂଚଳରୁ ଗତକାଲି ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘସିପୁରାରେ ଥିବା ଏକ ମିଠା ଦୋକାନରେ ପୋଲିସ ଚଢ଼ାଉ କରି ଶିଶୁମାନଙ୍କୁ ଉଦ୍ଧାର କରିଛି । ଘସିପୁରା ଥାନାର ଅନତି ଦୂରରେ ଥିବା ବାବାଜି ସାହୁ ମିଠା ଦୋକାନରେ କାମ କରୁଥିଲେ ଏହି ଶିଶୁମାନେ । ସେମାନେ ଦୋକାନରେ କାମ କରୁଥିବା ବେଳେ ସେମାନଙ୍କ ଭିତରେ କୌଣସି କାରଣରୁ ବିବାଦ ଉପୁଜିଥିଲା। ସେମାନଙ୍କ ଭିତରୁ ଜଣେ ଶିଶୁ ଶ୍ରମିକ ଥାନାରେ ଯାଇ ଖବର ଦେଇଥିଲା। 

ଏହାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସଂପୃକ୍ତ ଦୋକାନରେ ଚଢ଼ାଉ କରିଥିଲା । ଦୋକାନରୁ ୫ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଉଦ୍ଧାର ଶିଶୁ କେନ୍ଦୁଝର ଜିଲ୍ଲା ବାଂଶପାଳ କଲଣ୍ଡା ଗ୍ରାମର ବୋଲି ଜଣାପଡ଼ିଛି । ସେମାନଙ୍କୁ ପୋଲିସ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି । ତେବେ ଏଯାଏଁ ଦୋକାନର ମାଲିକଙ୍କୁ ଗିରଫ କରାଯାଇ ନଥିବା କୁହାଯାଉଛି । ପୁଲିସ ଏହି ଘଟଣା ଅଧିକ ତଦନ୍ତ ଜାରି ରଖିଛି ।

 
Tags: