୬୦ ବର୍ଷ ବୟସରେ ଅବସର ନେବେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ

Spread the love

ସବୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ (ସିଏପିଏଫ୍) ର ଯବାନ ଏବେ ୬୦ ବର୍ଷ ବୟସରେ ଅବସର ନେବେ । ସୋମବାର ଜାରି କରାଯାଇଥିବା ସରକାରୀ ଆଦେଶରେ ଏହା ଘୋଷଣା କରାଯାଇଛି । ପିଟିଆଇ ମୁତାବକ , କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଆଦେଶରେ କୁହାଯାଇଛି ଯେ ସେନାର ସବୁ କର୍ମଚାରୀ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ,ସୀମା ସୁରକ୍ଷା ବଳ ,ଭାରତ-ତିବ୍ଦତ ସୀମା ପୋଲିସ୍ , ସଶସ୍ତ୍ର ସୀମା ବଳ ୫୭ ବଦଳରେ ଏବେ ୬୦ ବର୍ଷ ବୟସରେ ଅବସର ନେବେ । ପ୍ରଥମେ କିଛି ପଦବୀ ପାଇଁ ଅଧିକାରୀ ତଥା କର୍ମୀଙ୍କ ବୟସ ସୀମା ୫୭ ବର୍ଷ ଥିଲା କିନ୍ତୁ ଏବେ ଏହା ବଢି ୬୦ ହୋଇଯାଇଛି ।

Tags: