ରାଷ୍ଟ୍ରୀୟ ସମ୍ମାନର ସହ ଶେଷ ହେଲା ଜେଟଲୀଙ୍କର ଅନ୍ତିମ ସଂସ୍କାର

Spread the love

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପୂର୍ଣ୍ଣ ହୋଇଛି । ଦିଲ୍ଲୀର ନିଗମ ବୋଧ ଘାଟରେ ଜେଟଲୀଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ସମୟରେ ଜେଟଲୀ ଅମର ରହେ ଧ୍ୱନୀରେ ପୁରା ପରିବେଶ କମ୍ପି ଉଠିଥିଲା । ତାଙ୍କର ପୁଅ ରୋହନ ମୁଖାଗ୍ନି ଦେଇଥିଲେ । ଜେଟଲୀଙ୍କର ଶରୀର ପଞ୍ଚଭୂତରେ ବିଲୀନ ହୋଇଥିଲା । ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଅନେକ କଂଗ୍ରେସ ନେତା ଓ ଅନ୍ୟଦଳର ନେତା ଉପସ୍ଥିତ ଥିଲେ ।

Tags: