୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

Spread the love
୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ସେହି ରାଜ୍ୟଗୁଡିକ ହେଉଛି, ଛତିଶଗଡ଼, କେରଳ, ତ୍ରିପୁରା ଓ ଉତ୍ତରପ୍ରଦେଶ। ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ସିଟ୍ ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ତାରଖ ଘୋଷଣା କରି ସାରିଛନ୍ତି। ଏହି ରାଜ୍ୟଗୁଡିକର ବିଧାନସଭା ଉପ-ନିର୍ବାଚନ ସେପ୍ଟେମ୍ବର ୨୩ ତାରିଖରେ ହେବ।
ସୂଚନାଯୋଗ୍ୟ ଯେ,ଉତ୍ତର ପ୍ରଦେଶର ହମିରପୁର ଆସନ, ଛତିଶଗଡ଼ରର ଦାନ୍ତେଓ୍ବାଡ଼ ଆସନ, କେରଳର ପାଲା ଆସନ ଓ ତ୍ରିପୁରାର ଭଦରଘାଟ ଆସନରେ ଉପ-ନିର୍ବାଚନ ହେବ। ସେପ୍ଟେମ୍ବର ୨୩ ତାରିଖରେ ଭୋଟିଂ ପରେ ସେପ୍ଟେମ୍ବର ୨୭ ତାରିଖରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୨୮ ତାରିଖରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେହିପରି ନାମାଙ୍କନ ପତ୍ରର ପ୍ରତ୍ୟାହାର କରିବାର ଶେଷ ତାରିଖ ସେପ୍ଟେମ୍ବର ୭ ରହିଛି।
ଭାରତୀୟ ଜନତା ପାର୍ଟିର ବିଧାୟକ ଅଶୋକ ଚନ୍ଦେଲଙ୍କ ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପରେ ଉତ୍ତର ପ୍ରଦେଶର ହମିରପୁର ଆସନ ଖାଲି ପଡିଛି। ମାଓବାଦୀଙ୍କ ଆକ୍ରମଣରେ ବିଧାୟକ ଭିମା ମାଣ୍ଡଭିଙ୍କ ମୃତ୍ୟୁ ପରେ ଛତିଶଗଡ଼ର ଦାନ୍ତେଓ୍ବାଡ ଆସନ ଫାଙ୍କା ପଡିଛି।
Tags: