ରବି ଟକିଜ୍ ଅଞ୍ଚଳରେ ଫୁଟିଲା ବୋମା

Spread the love

ଅଟୋ ଭିତରେ ଫୁଟିଲା ବୋମା । ଏଥିରେ ଗୁରୁତର ହୋଇଛନ୍ତି ଅଟୋ ଡ୍ରାଇଭର । ଗୁରୁତର ଅଟୋ ଚାଳକଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଭୁବନେଶ୍ୱର ବିଜେବି ନଗର ଟଙ୍କପାଣି ରୋଡରେ ଘଟିଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି  ତଦନ୍ତ ଜାରି ରଖିଛି ।

ତେବେ ଗଣେଶ ପୂଜାକୁ ଲକ୍ଷ୍ୟରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଥିବା କମିଶନରେଟ୍‌ ପୋଲିସ କହୁଛି  । ଏହାର କେଇ ଘଣ୍ଟା ପରେ ରାଜଧାନୀରେ ବୋମା ଫୁଟୁଛି । ଚୋରୀ, ଛିନତାୟୀ, ଡ୍ରଗ୍ସ, ମଦ କାରବାର ବୃଦ୍ଧି ସାଙ୍ଗକୁ ପୁଣି ବୋମା ଫୁଟୁଛି ରାଜଧାନୀରେ । ତେବେ ଏନେଇ କମିଶନରେଟ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Tags: