ଚୀନ୍‌ ଓ ପାକିସ୍ତାନ ଆରମ୍ଭ କଲେ ସଂଯୁକ୍ତ ସମରାଭ୍ୟାସ

Spread the love

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏକ ପ୍ରକାର ବିଚଳିତ ହୋଇଯାଇଛି । ଚୀନ୍‌ ସହାୟତାରେ ମିଳିତ ଜାତି ସଂଘର ସୁରକ୍ଷା ପରିଷଦରେ ଏଙି କଥାକୁ ଉତ୍ଥାପନ କରିବାପରେ ମଧ୍ୟ ପାକିସ୍ତାନକୁ କୌଣସି ସହାୟତା ମିଳିନାହିଁ । ଏବେ ପାକିସ୍ତାନ ଓ ଚୀନ୍‌ ଏକାଠି ହୋଇ ସଂଯୁକ୍ତ ସମରାଭ୍ୟାସ ଆରମ୍ଭ କରିଛନ୍ତି ।ପାକିସ୍ତାନ ଓ ଚୀନ୍‌ର ଯୁଦ୍ଧ ବିମାନ ଏକାଠି ସମରାଭ୍ୟାସ କରୁଛନ୍ତି । ଏହାର କୋଡ ନାମ ସାହିନ ଆଠ ବା ବାଜ ୮ ରଖାଯାଇଛି । ୨୦୧୧ ମସିହାରେ ଏହି ଦୁଇ ଦେଶ ଏପିର ସମରାଭ୍ୟାସ କରିଥିଲେ ।

ଏହା କାହାରି ଉଦ୍ଦେଶ୍ୟରେ ନୁହେଁ ବଂର ଦୁଇ ଦେଶ ମଧ୍ୟରେ ସାମରିକ ସହାୟତା ବୃଦ୍ଧି କରିବା ପାଇଁ ବୋଲି ପାକିସ୍ତାନ ସଫେଇ ଦେଇଛି ।

ଚୀନ୍‌ର ପିଏଲ୍‌ଏଫ୍‌ ଓ ପାକିସ୍ତାନର ପାଏଫ୍‌ ୨୦୧୧ ମସିହାରୁ ପ୍ରତିବର୍ଷ ଏପରି ସମରାଭ୍ୟାସ କରୁଛନ୍ତି । ୨୦୧୧ ମସିହାରେ ପ୍ରଥମ ସାହୀନ ଏୟାର ଏକ୍ସରସାଇଜ୍‌ ବା ସମରାଭ୍ୟାସ କରାଯାଇଥିଲା । ଦ୍ୱିତୀୟ ସମରାଭ୍ୟାସ ଚୀନ୍‌ରେ ୨୦୧୩ ମସିହାରେ କରାଯାଇଥିଲା । 
ଏହି ସମରାଭ୍ୟାସରେ ପାକିସ୍ତାନର ପାଇଲଟ, ଫ୍ଲାଇଟ ଇଞ୍ଜିନିୟର ଓ ଅନ୍ୟ ଟେକନିକାଲ୍‌ ଷ୍ଟାଫ ଅଂଶ ଗ୍ରହଣ କରିଛନ୍ତି ।