ସଇତାନ ସାବତମାଆ- ୩ ବର୍ଷର ଶିଶୁ କନ୍ୟାକୁ ତଣ୍ଟି ଚିପି କଲା ହତ୍ୟା

Spread the love

ସାବତ ମା’ ସାଜିଲା ସଇତାନ । ୩ ବର୍ଷ ର ନିଷ୍ପାପ ଶିଶୁ କନ୍ୟାକୁ ତଣ୍ଟି ଚିପି ହତ୍ୟା କଲା ମା’। କଳାହାଣ୍ଡି ଜିଲ୍ଲା ନର୍ଲ। ଥାନା ଅନ୍ତର୍ଗତ ଲାଖପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଶିଶୁ କନ୍ୟାର ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସାବତ ମା’  ଓ ବାପାକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ପାଟିରେ ରକ୍ତ ଲାଗିଥିବା ଅବସ୍ଥା ରେ କୋଠରୀ ରୁ ଉଦ୍ଧାର ହୋଇଛି ଶିଶୁର ମୃତଦେହ । ସତରେ କେତେ ହୃଦୟ ବିଦାରକ  ଏ ଘଟଣା । କଳାହାଣ୍ଡି ଜିଲ୍ଲା ନର୍ଲ। ଥାନା ଅନ୍ତର୍ଗତ ଲାଖପଦର ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସାବତ ମା ଆଶା ଶିଶୁକୁ ହତ୍ୟା କରିଥିବା ମୃତ ଶିଶୁର ମାମୁଁ ନର୍ଲ। ଥାନାରେ ଅଭିଯୋଗ କରିଛନ୍ତି ।ଶିଶୁ କନ୍ୟାର ମାଙ୍କ ମୃତ୍ୟୁ ପରେ ତାର ଦେଖାଶୁଣା ପାଇଁ ୩ ମାସ ତଳେ ଦ୍ବିତୀୟ ବିବାହ କରିଥିଲେ  ବାପା ଯୁଗେଶ୍ବର ସାହୁ ।ମା ଛେଉଣ୍ଡ ହେବା ପରେ ଶିଶୁ ତାଙ୍କ ମାମୁ ଘରେ ରହୁଥିଲେ । କିଛି ଦିନ ତଳେ ସାବତ ମା, ବାପାଙ୍କ ପାଖକୁ ଆସିଥିଲା ଶିଶୁ କନ୍ୟା । ହେଲେ କିଏ ଜାଣିଥିଲା ସାବତ ମା ସଇତାନ ସାଜି ତାର ଜୀବନ ନେଇଯିବ ?

Tags: