ଦବିଲା ପଳାଶୁଣୀ ଓଭରବ୍ରିଜ୍‌

Spread the love

ଦବିଲା ପଳାଶୁଣୀ ଓଭରବ୍ରିଜ୍‌ । ରବିବାର ସନ୍ଧ୍ୟାରେ କଟକରୁ ଭୁବନେଶ୍ୱରକୁ ଯୋଡୁଥିବା ଜାତୀୟ ରାଜପଥର ହାଇଟେକ୍‌ ମେଡିକାଲ କଲେଜ୍‌ ଛକ ନିକଟରେ ଏହି ପଳାଶୁଣୀ ଓଭରବ୍ରିଜ୍‌ ଦବିଥିବାର ଦେଖିବାକୁ ମିଳିଛି ।

ତେବେ ଏହି ଖବର ପାଇବା ପରେ ଟ୍ରାଫିକ ପୋଲିସ ଏବଂ ଏନ୍‌ଏଚ୍‌ଏଆଇର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହାସହ ସେଠାରେ ଯେମିତି କୌଣସି ଅଘଟଣ ନଘଟିବ ସେନେଇ ତ୍ୱରିତ ପଦକ୍ଷେପ ନିଆଯାଉଛି ।  ବ୍ରିଜ୍‌ ଉପରେ ଯାତାୟତ, ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ, ଉଭୟ ପାର୍ଶ୍ୱରୁ କର୍ଡନ କରାଯାଇଛି ।

Tags: