ଦୁର୍ଘଟଣାରେ ବୋୖଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ

Spread the love

 ସକାଳ 8.00 ସମୟରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ ଭୁବନେଶ୍ୱରରୁ ବୌଦ୍ଧ ଆସୁଥିବା ବେଳେ 57 ନମ୍ବର ଜାତୀୟ ରାଜପଥ କୋରଡ଼ାକୋଠା ଗ୍ରାମ ନିକଟରେ ଭାରସାମ୍ୟ ହରାଇ କାର୍‌ଟି ଓଲଟି ପଡି ଗଛରେ ପିଟି ହୋଇଯାଇଥିଲା । ଘଟଣା ସ୍ଥଳରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ ଓ କାର୍ ଡ୍ରାଇଭର ଗୁରୁତର ହୋଇପଡିଥିଲେ  ।

ତେବେ ଉଭୟଙ୍କୁ ତୁରନ୍ତ 108 ଯୋଗେ ବୋୖଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ରମାକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗାଡି ଡ୍ରାଇଭର୍ ଗୁରୁତର ଥିବା  ସୂଚନା ମିଳିଛି।

Tags: