ସ୍ନାତକ ଏବେ 3 ବର୍ଷ ନୁହେଁ 4 ବର୍ଷ

Spread the love

ଏଣିକି ସ୍ନାତକ 3 ବର୍ଷ ପରିବର୍ତ୍ତେ 4 ବର୍ଷ ହେବ । 4 ବର୍ଷ ସ୍ନାତକ ପଢିସାରିବା ପରେ ସିଧା ପିଏଚଡି କରିପାରିବେ ଛାତ୍ରଛାତ୍ରୀ ।  ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଖୁବ ଶୀଘ୍ର ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିପାରେ । ୟୁଜିସି ଗ୍ରାଜୁଏସନ ୩ବର୍ଷିଆ ପାଠ୍ୟକ୍ରମର ଅବଧି ବୃଦ୍ଧି କରି 4 ବର୍ଷ କରିବ ଯାହା ଦେଶର ସବୁ ବିଶ୍ୱବିଦ୍ୟାଳୟରେରେ ଲାଗୁ କରାଯିବ ।

ବର୍ତ୍ତମାନ ଦେଶରେ ଗ୍ରାଜୁଏସନ 3 ବର୍ଷ ରହିଛି । ୟୁଜିସି ଦ୍ୱାରା ପରିଚାଳିତ ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏଣିକି 4 ବର୍ଷଆ ଗ୍ରାଜୁଏସନ ପାଠ୍ୟକ୍ରମ ରହିବ । ଯାହା ଫଳରେ ବର୍ତ୍ତମାନ ଗ୍ରାଜୁଏସନ ପରେ ପୋଷ୍ଟ ଗ୍ରାଜୁଏସନ ବା ମାଷ୍ଟର ଡିଗ୍ରୀ , ଏମଫିଲ ଓ ପରେ ପିଏଚଡି କରିବାକୁ ପଡ଼ୁଥିଲା । କିନ୍ତୁ ଏହି ନିୟମ ଲାଗୁ ହେଲେ 4 ବର୍ଷ ଗ୍ରାଜୁଏସନ ଉତ୍ତୀନ୍ନ ପରେ ଛାତ୍ରଛାତ୍ରୀ ସିଧା ପିଏଚଡି କରିପାରିବେ । ଏନେଇ ୟୁଜିସି ଅଧ୍ୟକ୍ଷ ଡି.ପି ସିଂହ ସୂଚନା ଦେଇଛନ୍ତି ।

କିଛି ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ ୪ବର୍ଷିଆ ଗ୍ରାଜୁଏସନ କୋର୍ସ ରହିଛି । ଯେପରିକି ବେଚଲର ଅଫ ଟେକ୍ନୋଲୋଜୀ (ବିଟେକ୍ ) ଓ ବେଚଲର ଅଫ ଇଞ୍ଜିନିୟରିଂ (ବିଇ) । ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏହି ନିୟମ ଲାଗୁ କରାଯିବ । ୟୁଜିସ ଏକ ଟିମ ଗଠନ କରିଛି । ଏହି ସମିତି ଅନେକ ସୁପାରସକୁ ନେଇ ରିପୋର୍ଟ ୟୁଜିସିକୁ ପ୍ରଦାନ କରିଛି । ଏନେଇ ୟୁଜିସି ଗମ୍ଭୀରତାର ସହ ବିଚାର କରୁଥିବା ବେଳେ ଚୂଡ଼ାନ୍ତ ନିଷ୍ପତି ପରେ ଆସନ୍ତା ବର୍ଷ ଏହି ନିୟମ ଲାଗୁ କରାଯିବା ସମ୍ଭାବନା ରହିଛି । 

Tags: