ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟର ଛାଟ, ଅଗ୍ରିମ ଜାମିନ ଯାଚିକା ଖାରଜ, ଗିରଫ କରିପାରେ ଇଡି

Spread the love

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଝଟକା ଲାଗିଛି। ସୁପ୍ରିମକୋର୍ଟରେ ତାଙ୍କର ଅଗ୍ରିମ ଜାମିନ ଯାଚିକା ଖାରଜ ହୋଇ ଯାଇଛି। ତେଣୁ ଇଡି ତାଙ୍କୁ ଯେକୌଣସୀ ମୁହୂର୍ତ୍ତରେ ଗିରଫ କରିବାର ସମ୍ଭାବନା ରହିଛି। ସୁପ୍ରିମକୋର୍ଟ ଜାମିନ ଦେବାକୁ ମନାକରି କହିଛନ୍ତି କି, ଯଦି ଏହି ସମୟରେ ଅଭିଯୁକ୍ତଙ୍କୁ ଅଗ୍ରିମ ଜାମିନ ଦିଆଯାଏ ତେବେ ଯାଂଚ୍ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। 

ଅଦାଲତ କହିଛନ୍ତି କି, ଅଗ୍ରିମ ଜାମିନ ଦେବାକୁ ଏହା ଉଚିତ୍ କେସ୍ ନୁହେଁ। ଆର୍ଥିକ ଅପରାଧର ଅଲଗା ଅଲଗା ସ୍ତର ରହିଛି। ତେଣୁ ଏହାକୁ ଅଲଗା ଦୃଷ୍ଟିକୋଣରେ ଦେଖିବା ଉଚିତ୍। ଇଡି ଚିଦାମ୍ବରମଙ୍କ ବିରୋଧରେ ଯେଉଁ ଦସ୍ତାବିଜ ହାସଲ କରିଛି ତାହା ଚିଦାମ୍ବରମଙ୍କୁ ଦେଖାଇବା ଆବଶ୍ୟକତା ନାହିଁ। ଧାରା ୩୨ ଆଧାରରେ ଅଗ୍ରିମ ଜାମିନ କୌଣସୀ ବ୍ୟକ୍ତିର ମୌଳିକ ଅଧୀକାର ନୁହେଁ। 

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କୁ ଜାମିନ ମିଳିବା ଉପରେ ରହିତାଦେଶ ଜାରି  କରିଥିଲେ। ଯାହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟର ରାୟ ଉପରେ ଶୁଣାଣୀ କରିଛନ୍ତି । 

ମଙ୍ଗଳବାର ଦିଲ୍ଲୀର ଏକ ତଳ କୋର୍ଟ ଆଇଏନ୍‌ଏକ୍ସ ମିଡିଆ କେସ୍‌ରେ ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଅବଧିକୁ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ୫ ସେପ୍ଟେମ୍ବର ଯାଏଁ ହେପାଜତରେ ନେବାକୁ ସିବିଆଇ ଆଦେଶ ଦେଇଥିଲେ । ଏ ନେଇ ସଲିସିଟର୍‌ ଜେନାରାଲ ତୁଷାର ମେହେତା ଓ ଚିଦାମ୍ବରମଙ୍କ ଓକିଲ ନ୍ୟାୟାଧୀଶଙ୍କୁ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ଆଦେଶକୁ ଅବଗତ କରାଇଥିଲେ । ସୁପ୍ରିମକୋର୍ଟ ଗୋଟିଏ ଦିନରେ ଦୁଇଟି ଆଦେଶ ଦେଇଥିଲେ ଯେ ତାଙ୍କୁ ଗୁରୁବାର ପର୍ଯ୍ୟନ୍ତ ସିବିଆଇ ନିଜ ହେପାଜତରେ ରଖିପାରିବ । ଏହା ପରେ ମାମଲାର ଶୁଣାଣୀ କରୁଥିବା ବିଚାରପତି ଅଜୟ କୁମାର ଗୁରୁବାର ଯାଏଁ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଥିଲେ । 

Tags: