ପାଟ୍ରୋଲିଂ ବେଳେ ତାତିଲେ ଲୋକେ, ଏସଆଇଙ୍କ ସହ କନଷ୍ଟେବଳ ଆହତ

Spread the love

ପାଟ୍ରୋଲିଂ ବେଳେ ପୁଲିସକୁ ଆକ୍ରମଣ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା  ଗଣେଶ ପୂଜା ଭସାଣୀ ବେଳେ ପାଟ୍ରୋଲିଂ କରୁଥିବା ସମୟରେ ଆଳି ପୋଲିସ ଗାଡିକୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଛି । ଫଳରେ 5 ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗତକାଲି ରାତିରେ କୌଣସି ଏକ କାରଣରୁ ଆଳି ବଜାର ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତେବେ ଖବରପାଇ ଆଳି  ପୁଲିସ ପହଞ୍ଚିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା ।

ତେବେ ଗତକାଲି ଦୁଇ ଗୋଷ୍ଠୀର ଗଣେଶ ପୂଜାମଣ୍ଡପରେ ଡିଜେ ମାଇକ୍ ବଜାଇବାକୁ ବାରଣ କରିଥିଲା ହେଲେ ଗୋଟିଏ ଗୋଷ୍ଠୀ କଥା ନମାନିବାରୁ ଗୋଟିଏ ଗୋଷ୍ଠୀର ସାଉଣ୍ଡ ମେସିନକୁ ଜବତ ମଧ୍ୟ କରିଥିଲା ।  ତେବେ ପରେ ରାତିରେ ଥାନା ଏସଆଇ ଭଗବାନ ମାଝୀ ଓ ତିନି ଜଣ କନଷ୍ଟେବଳ ଧରି ନିଆଳ ଗୌଡପାଟଣା ରାସ୍ଥାରେ ପାଟ୍ରୋଲିଂ କରୁଥିବା ସମୟରେ ଅଚାନକ ଗୋଟିଏ ଗୋଷ୍ଠୀର 25 ଜଣରୁ ଅଧିରକ ଲୋକ ଠେଙ୍ଗା କୋଦାଳ ଧରି  ପୁଲିସ ଗାଡିକୁ ଅତର୍କିତ  ଆକ୍ରମଣ କରିଥିଲେ ।

Tags: