ଅନ୍ତରାଙ୍କ ଚଗଲି ମନ ହଜିଲା କେଉଁଠି …

Spread the love

 ସତରେ ବନ୍ଧୁ ବୟସର ଆଢୁଆଳରେ କେତେବେଳେ  ଯେ ଯୌବନ  ଦେହ ଛୁଇଁଯାଏ ଜଣାପଡେନି ।  ଯୌବନର ପହିଲି  ସ୍ପର୍ଶ, ଯୁବକତ୍ୱକୁ ଆହୁରି  ରୋମାଣ୍ଟକ୍ ବାନଇଦିଏ । ପ୍ରଜାପତି ପରି ମନଟା ଚାରିଆଡେ ଉଡିବୁଲେ । ଭଅଁର ପରି ମନ ଗୁଣୁଗୁଣୁ ହୁଏ । ଆଉ ଶୀତର ସ୍ପର୍ଶରେ ଚେଇଁଉଠେ ଅନେକ ଅନାବନା ଭାବନା । ବସନ୍ତର ମଳୟର ଭାସିଆସେ କାହା ଦେହର ବାସ୍ନା। ଖୋଜିଲା ଆଖିରେ ଏ ଚଗଲା ମନଟା ଆଗକୁ ଆଗକୁ ଯାଇ ଦିଗହରା ହୋଇଯାଏ । ଲାଗେ ନିସଙ୍ଗ  ପରିବେଶରୁ  ବାହାରି ସାଥୀଟିଏ ଖୋଜିବାକୁ । ମନ ହଜିଯାଏ କେଉଁ ନିୟୂତ ଯୋଜନରେ ଥିବା ଏକ ଅଗନାଅଗନୀ ବନସ୍ତରେ । ଏକଲାପଣରେ ମନଟା ଭାରି ଚଗଲା ହୁଏ ।

ଆଜି ଠିକ୍ ଯେପରି ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ  ଚଗଲୀ ମନ ଆନମନା ହେଉଛି ଏକ ଗୀତ ମାଧ୍ୟମରେ । ପବିତ୍ର ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରସ୍ତୁତ “ଚଗଲି ମନ ମୋର” ୟୁଟ୍ୟୁବ ଚ୍ୟାନେଲ ରେ ଦେଖିବାକୁ ମିଳିଛି । ଗୀତ ମାଧ୍ୟମରେ ଅନ୍ତରା ନିଜକୁ ହଜାଇଦେଇଛନ୍ତି ।  ଗୀତଟିକୁ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପବିତ୍ର ପଟ୍ଟନାୟକ । ତେବେ ଦର୍ଶକବନ୍ଧୁ ଏହି ଗୀତଟିକୁ ଶୁଣନ୍ତୁ, ନିଶ୍ଚିତ ଭାବେ ଆପଣଙ୍କୁ ଭଲ ଲାଗିବ ଓ ଆପଣଙ୍କ ମନ ବି ଚଗଲା ହୋଇଯିବ ! ତେବେ ଗୀତଟିକୁ ଶୁଣିବାକୁ ହେଲେ ୟ୍ୟୁଟୁବ ଚ୍ୟାନେଲ ( E Halchal)  ରେ ସର୍ଚ୍ଚ କରନ୍ତୁ “ଚଗଲି ମନ ମୋର” ।