ପାକିସ୍ତାନ ଯିବାକୁ ମନାକଲେ ଶ୍ରୀଲଙ୍କା ଖେଳାଳୀ

Spread the love

ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା ଟିମ୍ ପାକିସ୍ତାନ ଯିବାକୁ ରାଜି ହେଉନାହାଁନ୍ତି । ଟିମର ଅଧିକାଂଶ  ସିନିୟର ଖେଳାଳୀମାନେ ପାକିସ୍ତାନ ଯିବାକୁ ମନା କରିଦେଇଛନ୍ତି । ସେପ୍ଟମ୍ବର- ଅକ୍ଟୋବର ମାସରେ  ପାକିସ୍ତାନରେ ଶ୍ରୀଲଙ୍କା ମ୍ୟାଚ ଖେଳିବା କଥା । ହେଲେ ଟି 20ର ଅଧିନାୟକ ଲିସିଥ୍ ମଲିଙ୍ଗା, ଏବଂ ଏଞ୍ଜେଲୋ ମ୍ୟାଥୁସ୍ ଭଳି ଅନ୍ୟ ସିନିୟର ଖେଳାଳୀମାନେ ପାକିସ୍ତାନ ଯିବାକୁ ମନା କରିଦେଇଛନ୍ତି । ଶ୍ରୀଲଙ୍କା ଖେଳମନ୍ତ୍ରୀ ହିରନ ଫର୍ଣ୍ଣାଣ୍ଡେ ବିବିସିକୁ କହିଛନ୍ତି ଅଧିକତର ଖେଳାଳୀଙ୍କ ପରିବାର ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ପଠାଇବାକୁ ମନା କରିଛନ୍ତି ।

Tags: