ଭାରତର ନୂଆ କୋହଲି

Spread the love

ଭାରତରେ କ୍ରିକେଟରଙ୍କ ପ୍ରତିଭା କମ୍ ନୁହେଁ । ଭାରତର ବିଭିନ୍ନ ଖେଳାଳୀ ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ପରିଚିତ ବିରାଟ କୋହଲି ଅଛନ୍ତି । ତାଙ୍କର ଦମଦାର ଫିଟନେସ୍ ସହ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ । ତେବେ ଭାରତ ପାଇଁ ଆଉଏକ ଖୁସି ଖବର ଆସିଛି । ସେ ହେଉଛନ୍ତି ଦୃତତମ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍।  ତାଙ୍କ ବୟସ ମାତ୍ର 20 । ହେଲେ ସେ ତାଙ୍କ ବ୍ୟାଟିଂ ଜରିଆରେ ଅନେକଙ୍କୁ ପ୍ରଭାବିତ କରିସାରିଛନ୍ତି । ଚଳିତବର୍ଷ ଜାନୁଆରୀ 31 ତାରିଖରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କରିଥିଲେ ।

ଏହାପରେ ଗିଲଙ୍କୁ ଭାରତୀୟ ଟିମରେ ଖେଳିବାକୁ ସୁଯୋଗ ମିଳିନି ।  ତେବେ ସେ ଯେତୋଟି ମ୍ୟାଚ ଖେଳିଛନ୍ତି ତାଙ୍କ ସର୍ଟ ଭାରତର ଏକ ନମ୍ବର ଖେଳାଳୀ ବିରାଟ କୋହଲିଙ୍କ ସର୍ଟ ସହ ତୁଳନା କରାଯାଉଛି । ପଞ୍ଜାବର ମୋହାଲିର 300 କିମି ଦୂର ଏକ ଛୋଟ ଗାଁରେ ତାଙ୍କ ଘର । ତାଙ୍କ ସଫଳତା ପଛରେ ତାଙ୍କ ପିତାଙ୍କ ହାତଥିବା ସେ କହିଛନ୍ତି ।  ଗିଲଙ୍କ ପିତା ଲଖବିନ୍ଦର ସିଂହଙ୍କ କ୍ରିକେଟ ପ୍ରତି ବହୁତ ଆଗ୍ରହ ଥିଲା । 

ଅନ୍ୟପକ୍ଷରେ ଶୁଭମନଙ୍କ କ୍ରିକେଟ ପ୍ରତି  ପିଲାଦିନରୁ ଆଗ୍ରହ ଥିବାରୁ  ତାଙ୍କ ପିତା କ୍ରିକେଟର ବନାଇବା ପାଇଁ ଚିନ୍ତା କରିନେଇଥିଲେ । ଗିଲଙ୍କ ଭଲ ପ୍ରଶିକ୍ଷଣ ଦେବାପାଇଁ ତାଙ୍କ ପିତା ଗାଁ ଛାଡି ସହରରେ ଆସି ରହିଥିଲେ । ଶୁଭମନ 14 ବର୍ଷରେ ଅଣ୍ଡର 16ରେ 587 ରନ କରି ରେକର୍ଡ ସୃଷ୍ଟି  କରିଥିଲେ । ସେହିପରି ଅଣ୍ଡଜ 19ରେ ଭଲ ପ୍ରଦର୍ଶନ କରି ଅନ୍ତର୍ଜାତୀୟ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଖେଳିଥିଲେ ।

Tags: